୩ ଦଫା ଦାବି ନେଇ ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟ

0 3

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୨/୧୨/୨୩ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଉପ ଡାକଘର ସମ୍ମୁଖରେ ୩ ଦଫା ଦାବି ନେଇ ଗ୍ରାମୀଣ ଡାକ ସେବକ ମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ରେ ବସିଛନ୍ତି।ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘର ଡାକରା କ୍ରମେ ଡାବୁଗାଁ ଉପ ଡାକଘର ଅଧିନରେ ଥିବା ୨୦ ଗୋଟି ବ୍ରାଞ୍ଚ ଅଫିସ ର ୪୪ କର୍ମଚାରୀ ଏହି ଧର୍ମଘଟ ରେ ସାମିଲ ହୋଇ ଉପ ଡାକଘର ସମ୍ମୁଖରେ ଧାରଣାରେ ବସିଛନ୍ତି । କେନ୍ଦ୍ର ସରକାରଙ୍କ ଗ୍ରାମୀଣ ଡାକ ସେବକ ଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଦେଶ ବ୍ୟାପି ଧର୍ମଘଟ ଡାକରା ଦିଆଯାଇଥିବା ବେଳେ ଦାବୀ ଗୁଡ଼ିକ ମଧ୍ୟରେ କମିଶନ ଦେଇ ଗ୍ରାମୀଣ ଡାକ ସେବକ (ଜି ଡି ଏସ) ମାନଙ୍କ ଦ୍ଵାରା ଯେଉଁ କାର୍ଯ୍ୟ କରାଯାଉଛି ତାହାକୁ କାର୍ଯ୍ୟଭାର ଦେଇ ୮ ଘଣ୍ଟା କାର୍ଯ୍ୟ କରାଇବା ସହ ବିଭାଗୀୟ କର୍ମଚାରୀଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ଓ ପେନସନ ଲାଗୁ କରିବା। କମଲେଶ ଚନ୍ଦ୍ରା କମିଟି ସୁପାରିଶ କରିଥିବା ସମସ୍ତ ସକାରାତ୍ମକ ରିପୋର୍ଟ କୁ ଶୀଘ୍ର ଲାଗୁ କରିବା , ପ୍ରତି ୧୨ ବର୍ଷରେ ଦୁଇଟି ଇଂକ୍ରି ମେଣ୍ଟ ଦେବା, ଗ୍ରୁପ ଇନ୍ସୁରାନ୍ସ ମୂଲ୍ୟ କୁ ବୃଦ୍ଧି କରିବା, ଗ୍ରାଚୁଇଟି ମୂଲ୍ୟ ୫ ଲକ୍ଷ କୁ ବୃଦ୍ଧି, ବାର୍ଷିକ ୩୦ ଦିନ ଛୁଟି ନ ନିଏ ତା ହେଲେ ୧୮୦ ଦିନ ଛୁଟି କୁ ଗଚ୍ଛିତ ରଖି ଅବସର ସମୟରେ ତାହାର ମୂଲ୍ୟ ପ୍ରଦାନ କରିବା, ଜି ଡି ଏସ ଓ ତାଙ୍କ ପରିବାରକୁ ମେଡିକାଲ ସୁବିଧା ପ୍ରଦାନ, ତଥା ଟାର୍ଗେଟ ନାମରେ ଜି ଡି ଏସ ମାନଙ୍କୁ ହାରାସ ମେଣ୍ଟ , ଧମକ ଓ ଦରମା ବନ୍ଦ ଭଳି ଧମକ ନ ଦେବା ଆଦି ଦାବୀ ରହିଛି। ଦାବୀ ଗୁଡ଼ିକ ପୂରଣ ନ ହେବା ପର୍ଯ୍ୟନ୍ତ ଗ୍ରାମୀଣ ଡାକ ସେବକ ମାନେ ଧର୍ମଘଟ ଜାରି ରଖିବେ ବୋଲି କହିଛନ୍ତି। ଏହି ଧର୍ମଘଟ ରେ ଡାକ ସେବକ ରଜନି କାନ୍ତ ପାଢୀ, ମହେନ୍ଦ୍ର କୁମାର ପଣ୍ଡା, ଜଳଧର ମାଝୀ, ପ୍ରଫୁଲ୍ଲ ବ୍ରହ୍ମା, ହର୍ଷମଣି ହରିଜନ, ରମାକାନ୍ତ ମିଶ୍ର, କୃଷ୍ଣ ଚାଲାଣ, ସୁକାନ୍ତ ଖରା, ବିଷ୍ଣୁପଦ ଦାସ, ଦେଉଳ ଚନ୍ଦ୍ର ନାୟକ, ଶଙ୍କର ମାଝୀ, ରାଧାନାଥ ସାହୁ ସହ ଡାବୁଗାଁ ଉପ ଡାକଘର ଅଧିନରେ ଥିବା ଜୁନା ପାଣି, ବକଡା ବେଢା, ଶିଙ୍ଗ ସାରି, କାରାଗାଁ, ବି ଏସ ପଦର, ରାଜ ପୁର, ତରେଙ୍ଗା ସହ ୨୦ ଟି ବ୍ରାଞ୍ଚ ର ୪୪ କର୍ମଚାରୀ ସାମିଲ ଥିଲେ।

Leave A Reply

Your email address will not be published.