କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସୁଙ୍ଗେର ପଞ୍ଚାୟତ ଅନ୍ତର୍ଗତ ବିରଵାଫଲା ଗ୍ରାମରେ ୬ ମାସ ରୁ ଉର୍ଦ୍ଧ୍ବ ହେବ ୩୩ ପରିବାର ବିଦ୍ୟୁତ ବିଛିନ୍ନ ହେଇଯିବା ଫଳରେ ବିପଦ ପୁର୍ଣଜୀବନ କାଟୁଥିଲେ । ଖବର ପାଇ ମୈତ୍ରୀ ଇଂଫ୍ରା ଅଧ୍ୟକ୍ଷ ଶ୍ରୀନିବାସ ରାଓ ଆଜି ଉକ୍ତ ଗ୍ରାମର ଲୋକମାନଙ୍କ ସହ ଆଲୋଚନା ପରେ ବିଦ୍ୟୁତ ବିଭାଗ ରେ ଗୋଡୁଥିବା ପୂର୍ବରୁ ଥିବା ବାକେୟା ବିଲ ପୈଠ କରିବା ପରେ ଆଜି ଗ୍ରାମରେ ବିଦ୍ୟୁତ ସଂଯୋଗ ଓ ଗ୍ରାମ ରେ ବିଦ୍ୟୁତ ଆଲୋକ ଦେଖିବାକୁ ପାଇପାରିଛନ୍ତି । ଖବର ପାଇ ସକାଳେ ନିଜ ଟିମ ସହିତ ମୈତ୍ରୀସଂସ୍ଥା ଅଧକ୍ଷ ଶ୍ରୀନିବାସ ରାଓ ଜିଲ୍ଲା ସୀମାନ୍ତ ତଥା ଅବହେଳିତ ଆଦିବାସୀ ଗାଁ ବିରବାଫଲା ରେ ପହଞ୍ଚି ଥିଲେ । ସେଠାରେ ଏକାଧିକ ସମସ୍ୟା କୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ପରବର୍ତ୍ତୀ ସମୟରେ ବିଭାଗ ଦ୍ୱାରା ଥିବା ପୂର୍ବରୁ ବିଦ୍ୟୁତ ବକେୟା ପ୍ରାୟ ୨ଲକ୍ଷ ୪୦ ହଜାର ବିଲ ବାକି ରହିଯାଇଥିବା ଅନୁଧ୍ୟାନ ପରେ ଏହାର ସମାଧାନ ନିମନ୍ତେ ଆଲୋଚନା ହେଇଥିଲା। ଗ୍ରାମରେ ଆଦିବାସୀ ତଥା ଆର୍ଥିକ ସ୍ୱଚ୍ଛଳ ନ ଥିବା ହେତୁ ବକେୟା ବିଲ ପୈଠ କରିବା ରେ ଅସମର୍ଥ ହେଇ ୬ ମାସ ରୁ ଅଧିକ ଦିନ ଅନ୍ଧକାର ମଧ୍ୟରେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଇଆସୁଥିଲେ। ସଂସ୍ଥା ପକ୍ଷରୁ ଗ୍ରାମର ବାକେୟା ବିଲ ପୈଠ ପରେ ଗ୍ରାମରେ ବିଦ୍ୟୁତ ସଂଯୋଗ ହେଇଯାଇଥିଲା ।ଆଜି ତୁରନ୍ତ ବିଭାଗ ଦ୍ଵାରା ଗ୍ରାମରେ ବିଦ୍ୟୁତ ସଂଯୋଗ ପରେ ଗ୍ରାମବାସୀ ଖୁସିବ୍ୟକ୍ତ ହେବା ସହିତ ବଦାନ୍ୟ ବ୍ୟକ୍ତି ଶ୍ରୀନିବାସ ରାଓ ଙ୍କ ଅଞ୍ଚଳରେ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ବୁଦ୍ଧିଜୀବୀ ମହଲରେ ପ୍ରସଙ୍ଗସା ସାଉଁଟିଥିବା ଦେଖିବାକୁ ମିଲିଛି । ଆଜିର ଏହି କାର୍ଯ୍ୟକ୍ରମ ରେ ସଂସ୍ଥା ର ଅନ୍ୟମାନଙ୍କ ମଧ୍ୟରେ ପୃଷ୍ଟି ଦୁରିଆ (ଲୋକ ସମ୍ପର୍କ ଅଧିକାରୀ), ନିହାର ରଞ୍ଜନ ସ୍ୱାଇଁ (ସି ଏସ ଆର), ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.