ଟାଟା ଷ୍ଟିଲ୍ ପକ୍ଷରୁ ପକ୍ଷୀଙ୍କ ସୁରକ୍ଷା ଓ ସଂରକ୍ଷଣ ନେଇ ସଚେତନତା

0 2

ପକ୍ଷୀମାନଙ୍କ ବିବିଧତାର ଅନୁସନ୍ଧାନ ପାଇଁ ପକ୍ଷୀ ନିରୀକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

ସୁକିନ୍ଦା, ୮/୧୨: ପରିବେଶ ସଚେତନତା ଓ ଜୈବ ବିବିଧତା ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ଟାଟା ଷ୍ଟିଲ୍‌ର ଫେରୋ ଆଲଏଜ୍ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫ୍‌ଏଏମ୍‌ଡି) ପକ୍ଷରୁ ଯାଜପୁର ଜିଲ୍ଲା ଅନ୍ତର୍ଗତ ସୁକିନ୍ଦା କ୍ରୋମାଇଟ୍ ଖଣି ପରିସରରେ ଏକ ପକ୍ଷୀ ନିରୀକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ ପକ୍ଷରୁ ପକ୍ଷୀ ବିଜ୍ଞାନୀ ଏବଂ ପ୍ରକୃତିପ୍ରେମୀମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେମାନେ ଏହି ଅଂଚଳର ବିଭିନ୍ନ ପକ୍ଷୀ ପ୍ରଜାତି ବିଷୟରେ ମୂଲ୍ୟବାନ ସୂଚନା ପ୍ରଦାନ କରିବା ସହିତ ପରିବେଶ ସଂରକ୍ଷଣର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିଥିଲେ।

ଏହି ଅବସରରେ ଟାଟା ଷ୍ଟିଲ୍‌ର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (ଏଫ୍‌ଏଏମ୍‌ଡି) ପଙ୍କଜ ସତିଜା କହିଛନ୍ତି ଯେ, “ପକ୍ଷୀ ନିରୀକ୍ଷଣ ଭଳି କାର୍ଯ୍ୟକ୍ରମ ଦ୍ଵାରା ଜୈବ ବିବିଧତା ଏବଂ ପରିବେଶ ସଂରକ୍ଷଣକୁ ପ୍ରୋତ୍ସାହନ ଦେବା ପାଇଁ ଆମେ ସର୍ବଦା ଚେଷ୍ଟା କରି ଆସୁଛୁ। ଏଭଳି କାର୍ଯ୍ୟକ୍ରମ ପ୍ରକୃତି ସହ ଆମର ସମ୍ପର୍କକୁ ଆହୁରି ଗଭୀର କରିବାରେ ସହାୟକ ହେବ ଏବଂ ଆଗାମୀ ପିଢ଼ି ପାଇଁ ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ସୁନିଶ୍ଚିତ କରିବ।’’

ବରିଷ୍ଠ ବୈଜ୍ଞାନିକ ତଥା ଜୈବ ବିବିଧତା ବିଶେଷଜ୍ଞ ଡ. ଜଷ୍ଟସ୍ ଜୋସୁଆ ଏବଂ ତାଙ୍କ ଟିମ୍ ସଦସ୍ୟ ଜ୍ୟୋତି କଶ୍ୟପ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ। ଡ. ଜୋସୁଆ ଚଢ଼େଇମାନଙ୍କ ଜୀବନ ଚକ୍ର, ପ୍ରବାସ ଢାଂଚା ଏବଂ ସ୍ଥାନାନ୍ତର ପଦ୍ଧତି ବିଷୟରେ ପକ୍ଷୀପ୍ରେମୀମାନଙ୍କୁ ମୂଲ୍ୟବାନ ସୂଚନା ପ୍ରଦାନ କରିଥିଲେ। ଉପସ୍ଥିତ ଲୋକଙ୍କୁ ଚଢ଼େଇ ଦେଖିବାର ଭଲ ଅନୁଭୂତି ଦେବା ପାଇଁ ଦୂରବୀକ୍ଷଣ ଯନ୍ତ୍ର ଯୋଗାଇ ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ଉଭୟ ଦେଶୀ ଓ ବିଦେଶୀ ପ୍ରଜାତିର ପକ୍ଷୀ ଦେଖି ଆନନ୍ଦିତ ହୋଇଥିଲେ। ଏହା ସମସ୍ତଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ପ୍ରଦାନ କରିଥିଲା। ଏହି ପକ୍ଷୀ ଦେଖିବା କାର୍ଯ୍ୟକ୍ରମରେ ଟାଟା ଷ୍ଟିଲର କର୍ମଚାରୀ, ପରିବାରବର୍ଗ ତଥା ସ୍ଥାନୀୟ ବାସିନ୍ଦା ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ଟାଟା ଷ୍ଟିଲ୍ ଏହାର କାର୍ଯ୍ୟରେ ଦୀର୍ଘସ୍ଥାୟୀ ଅଭ୍ୟାସକୁ ସମନ୍ୱିତ କରିବା ଏବଂ ପରିବେଶ ଦାୟିତ୍ୱବୋଧ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ଜାରି ରଖିଆସିଛି। ସ୍ଥାନୀୟ ପରିବେଶ ବ୍ୟବସ୍ଥା ଏବଂ ସମ୍ପ୍ରଦାୟର କଲ୍ୟାଣରେ ଯୋଗଦାନ କରିବା ପାଇଁ କମ୍ପାନି ହାତକୁ ନେଉଥିବା ଅନେକ ପଦକ୍ଷେପ ମଧ୍ୟରୁ ପକ୍ଷୀ ନିରୀକ୍ଷଣ କାର୍ଯ୍ୟକ୍ରମ ଅନ୍ୟତମ।

Leave A Reply

Your email address will not be published.