ସାଇପ୍ରିୟା ୱେଲଫର ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଳନ

0 2

ରାୟଗଡା : ସ୍ଥାନୀୟ ସାଇପ୍ରିୟା ନଗର ସ୍ଥିତ ସାଇପ୍ରିୟା ୱେଲଫର ଟ୍ରଷ୍ଟର ୧୧ ବର୍ଷ ପୂର୍ତ୍ତି ଅବସରରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି l ତା ୧୨/୧୨/୨୦୧୨ରିଖରେ ଏହି ଟ୍ରଷ୍ଟର ସ୍ଥାପନ ହୋଇଥିଲା l ସାଇପ୍ରିୟା ନଗରରେ ବସବାସ କରୁଥିବା ଜନସାଧାରଣଙ୍କ ବିଭିନ୍ନ ମୌଳିକ ସୁବିଧା ଓ ଏକତ୍ରିତ ହୋଇ ରହିବା ନିମନ୍ତେ ଏହି ଟ୍ରଷ୍ଟ ଗଠନ କରିବାର ଉଧେଶ୍ୟ ଥିଲା l ଏହି ଟ୍ରଷ୍ଟ ଗଠନ ହେବା ଦ୍ୱାରା ଏଠାରେ ବାସ କରୁଥିବା ଲୋକଙ୍କର ଅନେକ ସୁବିଧା ହୋଇଥିବା ଓ ସମସ୍ତେ ଏକତ୍ରିତ ହୋଇ ଭାବର ଆଦାନ ପ୍ରଦାନ ହୋଇ ପାରୁଥିବା ଉପସ୍ଥିତ ସମସ୍ତ ଅତିଥି ପ୍ରକାଶ କରିଥିଲେ l ଏହାସହ ଆଗାମୀ ଦିନରେ ଏହି ଟ୍ରଷ୍ଟର ସଦସ୍ୟ ସଂଖ୍ୟା ବୃଦ୍ଧି କରିବା ଓ ମହିଳା ମାନଙ୍କ ଉନ୍ନତି ନିମନ୍ତେ କିଛି ପଦକ୍ଷେପ ନେବାକୁ ମତ ପ୍ରକାଶ କରିଥିଲେ l

ଆଜିର ଏହି ଦିନକୁ ସ୍ମରଣୀୟ ଦିନ ଭାବି କେକ କାଟି ଉତ୍ସବ ପାଳନ କରିଥିଲେ l ସୂଚନା ଯେ, ଏହି ଟ୍ରଷ୍ଟ ପରିବେଶ ସନ୍ତୁଳନ ରକ୍ଷା କରିବା ନେଇ ବୃକ୍ଷ ଚାରା ରୋପଣ ନିମନ୍ତେ ଅନେକ ସମୟରେ ଜନ ସଚେତନତା କାର୍ଯ୍ୟକ୍ରମ କରିବା ନେଇ ଚଳିତ ବର୍ଷ ଭୁବନେଶ୍ୱର ଠାରେ ସାଇପ୍ରିୟା ଟ୍ରଷ୍ଟକୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନୀତ କରାଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସମ୍ପାଦକ ଶ୍ରୀ ଦୟାନନ୍ଦ ଖାଡାଙ୍ଗା ପରିଚାଳନାରେ ମୂଖ୍ୟ ଅତିଥି ଭାବେ ଟ୍ରଷ୍ଟ ସଭାପତି ଶ୍ରୀ ନନ୍ଦ କିଶୋର ଚୌଧୁରୀ, ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ଦାଶ, ପୁରାତନ ସଭ୍ୟ ଡାକ୍ତର ସୁରେଶ କୁମାର, ମହିଳା ସଦସ୍ୟା ଶ୍ରୀମତୀ ମହାଶ୍ଵାତା ପାଣିଗ୍ରାହୀ ମଞ୍ଚାସୀନ ଥିବା ବେଳେ ସଭ୍ୟ ଲକ୍ଷ୍ମୀ ନାରାୟଣ ପାଢ଼ୀ, ଅରୁଣ ସାହୁ, ସନ୍ତୋଷ ପଣ୍ଡା, ଗୀତାରାଣୀ ମିଶ୍ର, ବିଜୟ ଚନ୍ଦ୍ର ପାତ୍ର, ଶିବ ପାଣିଗ୍ରାହୀ, ଲାଡୀ ଚନ୍ଦ୍ରମୌଳି ଓ ଜି. ବ୍ରହ୍ମlଜି ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

 

Leave A Reply

Your email address will not be published.