ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ

0 2

ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପଦର୍ଶନୀ ବ୍ରଜେନ୍ଦ୍ର ଉଚ୍ଚ ଖେଳ ପଡିଆରେ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ଅତିରିକ୍ତ ଶିକ୍ଷା ଅଧିକାରୀ ଡ.ବସନ୍ତ କୁମାର ନାୟକଙ୍କ ସମେତ ଦଶପଲ୍ଲା, ଗଣିଆ,ନୂଆଗାଁ ବ୍ଲକ ଶିକ୍ଷାଧିକାରୀ ମାନେ ଉପସ୍ଥିତ ରହିଥିଲେ। ଓଡ଼ଗାଁ ବ୍ଲକ ଶିକ୍ଷା ଅଧିକାରୀ ଗୀତାଞ୍ଜଳୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶରତ କୁମାର ସାହୁ ବିବରଣୀ ପଠନ କରିଥିଲେ। ବିଜ୍ଞାନକୁ ପ୍ରଚାର ପ୍ରସାର କରିବା ଦିଗରେ ସମସ୍ତଙ୍କ ପ୍ରଚେଷ୍ଟା ରହିବା ଦରକାର ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଥିଲେ। ଟେକ୍ନୋଲୋଜିକୁ ବ୍ୟବହାର କରି ସମାଜକୁ କ୍ରିୟାଶୀଳ କରିବାକୁ ଗୁରୁତ୍ବ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣକୁ ସାମ୍ନାକୁ ଆଣିବା ପାଇଁ ସରକାର ବାଲ ବୈଜ୍ଞାନିକ ପଦର୍ଶନୀ ଆୟୋଜନ କରିଥିବା ଜିଲ୍ଲା ପରିଷଦ ଅଧ୍ୟକ୍ଷ କହିଥିଲେ। ନୟାଗଡ଼ ଛାତ୍ରଛାତ୍ରୀ ରାଜ୍ୟ ସ୍ତରରେ କୃତିତ୍ୱ ଅର୍ଜନ କରନ୍ତୁ ବୋଲି ଅଧ୍ୟକ୍ଷ କହିଥିଲେ। ଦଶପଲ୍ଲା ବିଧାୟକ ବିଜ୍ଞାନର ଲୋକପ୍ରିୟତା ନିଶ୍ଚିତ ଭାବେ ବୃଦ୍ଧି ପାଇଛି ବୋଲି କହିଥିଲେ। କୃଷି କ୍ଷେତ୍ର ପାଇଁ ବିଜ୍ଞାନର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ପରିବେଶ ସହ ସନ୍ତୁଳନ ରକ୍ଷା କରିବା ପାଇଁ ବିଜ୍ଞାନ ପ୍ରୟାସ କରୁଛି। ବ୍ଲକ ସ୍ତରରୁ କୃତିତ୍ଵ ଅର୍ଜନ କରିଥିବା ୬୫ ପ୍ରକଳ୍ପ ପଦର୍ଶିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ ପୌରହିତ୍ୟ କରିଥିବା ବେଳେ ଖଣ୍ଡପଡା ରାମଚନ୍ଦ୍ର ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଲିପ୍ସା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.