ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ମୁଖ୍ୟ ସଡ଼କରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ନୂତନ କୋଠା ଉଦ୍ଘାଟିତ ହେବା ସହିତ ଏକ ଟଙ୍କା ଜମା ଓ ଉଠାଣ ଯନ୍ତ୍ର ସ୍ଥାପିତ ହୋଇଛି I ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସମ୍ବଲପୁର ଜୋନ୍ ର ଜୋନ୍ ପରିଚାଳକ ଶ୍ରୀଜିତ୍ ଶଙ୍କର ବେହେରା ଯୋଗ ଦେଇ ନୂତନ କୋଠାକୁ ଉଦ୍ଘାଟନ କରିଥିବା ବେଳେ ବ୍ରହ୍ମପୁର ଅଞ୍ଚଳ ପରିଚାଳକ ଟି.ଶ୍ରୀନୁ ବାବୁ,କ୍ଷତ୍ରିୟବରପୁର ଶାଖା ପରିଚାଳକ ପବିତ୍ର କୁମାର ସାହୁ, କ୍ଷତ୍ରିୟବରପୁର ସରପଞ୍ଚ କମଳ କୁମାରୀ ପ୍ରଧାନ, ସମିତିସଭ୍ୟ କୁଞ୍ଜବିହାରୀ ନାୟକ,ଶାସନ ସରପଞ୍ଚ ଭଞ୍ଜନୀ ନାଇକ,ସମିତିସଭ୍ୟା ପିନାକୀନୀ ବିଷୋୟୀ, ପୂର୍ବତନ ସରପଞ୍ଚ ସୀମାଞ୍ଚଳ ବିଷୋୟୀ, ମହନ୍ତ ରାମକୃଷ୍ଣ ଦାଶ,ଶଙ୍କର୍ଷଣ ପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ I ପ୍ରକାଶ ଥାଉ କି 1980 ମସିହାରେ କ୍ଷତ୍ରିୟବରପୁର ମୁଖ୍ୟ ସଡ଼କ ଠାରୁ 300 ମିଟର ଦୂରରେ କବିରାଜପୁର ଗ୍ରାମ ଉପକଣ୍ଠରେ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଏହି ଶାଖା ପ୍ରତିଷ୍ଠିତ ହୋଇଥିଲା I ତେବେ ବ୍ୟାଙ୍କ୍ ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ ର ମାନ୍ୟତା ପାଇଥିଲେ ମଧ୍ୟ ଏହା ମୁଖ୍ୟ ସଡ଼କ ଠାରୁ ଭିତରକୁ ଥିବାରୁ ବହୁ ଲୋକ ଶାଖାଟିର ଅବସ୍ଥିତି ଜାଣିପାରୁନଥିଲେ I ବର୍ତ୍ତମାନ କ୍ଷତ୍ରିୟବରପୁର ମୁଖ୍ୟ ସଡ଼କ ପାର୍ଶ୍ୱରେ ବ୍ୟାଙ୍କ୍ ଶାଖା କାର୍ଯ୍ୟ ଆରମ୍ଭ କରିବା ପରେ ଏହା ଅଧିକ ଗ୍ରାହକଙ୍କ ଦୃଷ୍ଟି ଗୋଚର ହେବା ସହିତ ପୁର୍ବାପେକ୍ଷା ଏହାର ଆର୍ଥିକ ନେଣଦେଣ କାର୍ଯ୍ୟ ବୃ୍ଦ୍ଧି ପାଇବ ବୋଲି ଶାଖା ପରିଚାଳକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି I ସେହିପରି ବ୍ୟାଙ୍କ୍ ସମ୍ମୁଖରେ ସ୍ଥାପିତ ହୋଇଥିବା ଚବିଶି ଘଣ୍ଟିଆ ଟଙ୍କା ଜମା ଏବଂ ଉଠାଣ ଯନ୍ତ୍ରଟି ଗ୍ରାହକଙ୍କୁ ବିଶେଷ ସହାୟତା ଯୋଗାଇଦେବ ବୋଲି ସେ ସୂଚନା ଦେଇଛନ୍ତି I କ୍ଷତ୍ରିୟବରପୁର ଅଞ୍ଚଳରେ ପ୍ରତିଷ୍ଠିତ ଏହି ପୁରାତନ ବ୍ୟାଙ୍କ୍ ଶାଖା ଉପରେ କ୍ଷତ୍ରିୟବରପୁର ଏବଂ କୁଲାଙ୍ଗୀ ପଂଚାୟତର ବହୁ ଗ୍ରାହକ ନିର୍ଭର କରୁ୍ଥିବା ବେଳେ ଅଂଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନ, ଛାତ୍ରଛାତ୍ରୀ, କୃଷକ, ମହିଳା ମାନଙ୍କ ପାଇଁ ଏହା ଏକ ଭରସା ଯୋଗ୍ୟ ଶାଖା ହୋଇପାରିଛି I
Sign in
Sign in
Recover your password.
A password will be e-mailed to you.