ମାନବ ଅଧିକାର ଦିବସ ଅବସରରେ ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ବିବିଧ କ୍ଷେତ୍ରରେ ବାଲ୍ ସଂସ୍କାର ମୂଳକ କାର୍ଯ୍ୟକ୍ରମ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୧୦ ଡିସେମ୍ବର ୨୦୨୩ ଦୁନିଆର ଅନ୍ୟତମ ଭୂମିପୂଜନ ପ୍ରତିଶ୍ରୁତିର ୭୫ ତମ ବାର୍ଷିକୀ ପାଳନ ଏବଂ ମାନବ ଅଧିକାରର ସୁରକ୍ଷା ଆମ କର୍ତ୍ତବ୍ୟ ସର୍ବଭାରତୀୟ ସ୍ତରରେ ଘୋଷଣା କରାଯାଇଛି। ଏହି ଅବସରରେ ରବିବାର ଦିନ ନେତାଜୀ ସୁବାଷ ବସ୍ତିର ଜାଗିଲି ସାହି କୋଠାଘର ଠାରେ ମାନବ ଅଧିକାର ଦିବସ ପାଳନ କରାଯାଇଛି। ଏଥିରେ ବିଦ୍ୟାର୍ଥୀ ରୋହିତ ରାୟ ଓ ସୁମିତ୍ରା ନଡାଗନ ସହଯୋଗ କରିଥିଲେ। ଶନିବାର ଦିନ ଶେରି ସାହିର ଶ୍ରୀ ବେତାଳ ସ୍ଵାମୀ ମନ୍ଦିରରେ ବାଲ ପ୍ରାଥମିକ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂଜକ ଜି.ଲକ୍ଷ୍ମୀନାରାୟଣ ଓ ବିଦ୍ୟାର୍ଥୀ ଏନ୍. ବେଣୁଗୋପାଲ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ବାଲ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଯୋଗ ଦେଇ ନିଜର ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଅବଗତ କରାଇଥିଲେ ।

Leave A Reply

Your email address will not be published.