ଲେଖକ ଓ ପାଠକ ମଧ୍ୟରେ ସମନ୍ୱୟ ସ୍ଥାପନ ହେବା ଆବଶ୍ୟକ

0

ଯାଜପୁର ଜିଲ୍ଲା ଲେଖକ ସମ୍ମେଳନର ପ୍ରତିଭା ପ୍ରଣାମ କାର୍ଯ୍ୟକ୍ରମ ।

jajpur/ Jayashankar Dash : ଯାଜପୁର ଜିଲ୍ଲା ଲେଖକ ସମ୍ମେଳନ ତରଫରୁ ଧବଳଗିରି ଉଚ୍ଚ ବିଦ୍ୟାଳୟ ପରିସରରେ ସମ୍ମେଳନର ସ୍ଥାୟୀ ସଭାପତି ଡ଼. ରୁଦ୍ରନାରାୟଣ ପୃଷ୍ଟି ପୈାରହିତ୍ୟ କରିଥିବା ବେଳେ ଏହି ଉତ୍ସବଟିକୁ ଯାଜପୁର ରୋଡ଼ ଥାନା ଅଧିକାରୀ ତଥା ଆରକ୍ଷୀ ନିରୀକ୍ଷକ ଶ୍ରୀ ଅମିତାଭ୍ ମହାପାତ୍ର ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ଉତ୍ସବରେ ଚାରଣ ପଣ୍ଡିତ ଯୁଗଳ କିଶୋର ମିଶ୍ର ବେଦପାଠ କରିଥିଲେ । ଉଦ୍ଘାଟକ ଶ୍ରୀ ମହାପାତ୍ର, ତାଙ୍କ ବକ୍ତବ୍ୟରେ ଲେଖକ ଓ ପାଠକ ମଧ୍ୟରେ ସମନ୍ୱୟ ସ୍ଥାପନ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗୋକର୍ଣ୍ଣିକାର ସଂପାଦକ ତଥା ଓଡ଼ିଶା ସାହିତ୍ୟ ଏକାଡେ଼ମୀ ର ସଦସ୍ୟ ଶ୍ରୀ ରମାକାନ୍ତ ଜେନା ମତବ୍ୟକ୍ତ କରିଥିଲେ ଯେ, ସାହିତ୍ୟ ଅନୁଷ୍ଠାନ ମାନେ ଏକତ୍ର ଓ ଏକମନ ହୋଇ କାର୍ଯ୍ୟ କଲେ ସାହିତ୍ୟରେ ସମନ୍ୱୟ ଓ ଏକତା ସୃଷ୍ଟି ହୋଇ ପାରିବ । ଜିଲ୍ଲା ଲେଖକ ସମ୍ମେଳନର ସାଧାରଣ ସମ୍ପାଦକ ଅଧ୍ୟାପକ ଅକ୍ଷୟ କୁମାର ମହାନ୍ତି ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସମ୍ମେଳନର ଉପସଭାପତି ଶ୍ରୀ ଗୁଣନିଧି ଗୁରୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ମେଳନର ଅନ୍ୟତମ ଉପସଭାପତି ଶ୍ରୀ ଦୟାନିଧି ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ଓଡ଼ିଶା ସାହିତ୍ୟ ଏକାଡେ଼ମୀର ଯାଜପୁର ଜିଲ୍ଲା ସଦସ୍ୟା ଶ୍ରୀମତୀ ସଂଯୁକ୍ତା ମହାପାତ୍ର,ସମ୍ମେଳନର ସଂପାଦକ ମିହିର କୁମାର ଦାସ, ଧବଳଗିରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରିୟବ୍ରତ ଦାସ ଓ ଶିକ୍ଷକ ପଣ୍ଡିତ ଅକ୍ଷୟ କୁମାର ଦାସ ଅତିଥି ଭାବରେ ଯୋଗ ଦେଇ ପ୍ରତିଭା ପ୍ରଣାମ କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ରଖିଥିଲେ ।

ଏହି କାର୍ଯ୍ୟକ୍ରମ ଅବସରରେ ବ୍ୟାସନଗର ପୈାରାଞ୍ଚଳର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିତ୍ୱ , ସର୍ବଶ୍ରୀ ବିଶ୍ୱଜିତ୍ ମହାନ୍ତି (ସମାଜସେବୀ),ଆରକ୍ଷୀ ନିରୀକ୍ଷକ ଅମିତାଭ ମହାପାତ୍ର , ଚିରନ୍ତନୀର ସମ୍ପାଦିକା ତଥା ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଯାଜପୁର ଜିଲ୍ଲା ସଦସ୍ୟା ସଂଯୁକ୍ତା ମହାପାତ୍ର, ଚାରଣ ପଣ୍ଡିତ ଯୁଗଳ କିଶୋର ମିଶ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗୀନ୍ଦ୍ରନାଥ ସାହୁ ଓ ନିର୍ମଳ ଚନ୍ଦ୍ର ରାଉତ,ପ୍ରଶାନ୍ତ କୁମାର ପାତ୍ର , ସୁବାଷ ଚନ୍ଦ୍ର ପଣ୍ଡା, ଅମୂଲ୍ୟ କୃଷ୍ଣ ଦାଶ, ସୁରେଶ ଚନ୍ଦ୍ର ହୋତା, ମାଙ୍ଗଳିକା ଦାଶ ପ୍ରମୂଖ ପ୍ରତିଭା ମାନଙ୍କୁ ଜିଲ୍ଲା ଲେଖକ ସମ୍ମେଳନର ପ୍ରତିଭା ପ୍ରଣାମ କାର୍ଯ୍ରକ୍ରମ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । 

ଶେଷରେ କବି ମଧୁସୂଦନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ, ବ୍ୟଙ୍ଗ କବି ବାଇଧର ମାଝି ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ । ଏହି ଉତ୍ସବରେ ଶତାଧିକ ସାହିତ୍ୟିକ ଯୋଗଦାନ କରିଥିଲେ ।

Leave A Reply

Your email address will not be published.