ଦଶହରା ଓ ରାବଣ ପୋଡି ପାଳିତ

0

ନୂଆପଡ଼ା /ପ୍ରିୟବ୍ରତ ପଣ୍ଡା : ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ପାଳିତ ହୋଇଯାଇଛି | କୁରେସ୍ଵର ,ଭେଳା ,ନୂଆପଡ଼ା ,ଖରିଆର ,ସିନାପାଳି,ଲର୍କା ,ତୁକଲା ଭଳି ଜାଗାରେ ମହା ଆଡମ୍ବରରେ ମା ଦୁର୍ଗା ଙ୍କ ପୂଜନ ହୋଇ ଥିବା ବେଲେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୁରେସ୍ୱରରେ ମଗଶିର ଦଣ୍ଡ ସହିତ ନାଟ୍ୟଗୁରୁ ରୋହିତ ନଗେସ୍ ଙ୍କ ନାଟକ “ସୁଚିତ୍ରା ଚିତ୍ରକେତୁ ମିଳନ “ପରିବେଷଣ କରାଯାଇଥିଲା ।ଅନେକ ସ୍ଥାନରେ ରାବଣ ପୋଡି ଅନୁଷ୍ଠିତ ହୋଇଥିଲା ହେଲେ ସାଧାରଣ ଲୋକ ଆଗାମୀ ଦିନରେ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ପ୍ରଦୂଷଣ ମୁକ୍ତ ରାବଣ ପୋଡି କରିବା ପାଈଁ ସଂକଳ୍ପ କରିଥିଲେ ।

Leave A Reply

Your email address will not be published.