ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ଜୈବ ମଣ୍ଡଳ ବୋର୍ଡ ଆନୁକୁଲ୍ୟରେ ସ୍ଥାନୀୟ ରାୟଗଡ ଓ ମୋହନା ବ୍ଲକରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଦୁଇ ଦିନିଆ ତାଲିମ ଶିବିରରେ ବିଶିଷ୍ଟ ଉଦ୍ଭିଦ ବିଜ୍ଞାନବିତ୍ ଡ଼. ପ୍ରସାଦ କୁମାର ଦାଶ , ଜୀବବିଜ୍ଞାନବିତ୍ ଡ. ସତ୍ୟନାରାୟଣ ବେହେରା ତଥା ପ୍ରକଳ୍ପ ସଂଯୋଜକ ଡ.ଶୁଭ୍ରାଂଶୁ ନାଏକ ସମ୍ବଳ ବ୍ଯକ୍ତି ଭାବେ ଯୋଗଦାନ କରିଥିଲେ। ଏହି ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମକୁ ଡି. ଏଫ୍. ଓ. ଏସ୍. ଆନନ୍ଦ ଉଦ୍ଘାଟନ କରିଥିଲେ।
ରାୟଗଡ ବ୍ଲକର କଇଁପୁର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବକ୍ତାମାନେ ଐତିହାସିକ ମହେନ୍ଦ୍ରଗିରିର ପରିବେଶ ସୁରକ୍ଷା ଓ ଚିର ସ୍ଥାୟୀତ୍ୱ , ଦୀର୍ଘମିଆଦୀ ଯୋଜନା ପ୍ରଣୟନ ଇତ୍ଯାଦି ଉପରେ ନିଜର ମତବ୍ୟକ୍ତ କରିଥିଲେ। ପ୍ରାସଙ୍ଗିକ ଆଲୋଚନା ମାଧ୍ୟମରେ ଉପସ୍ଥିତ ଜୈବ ମଣ୍ଡଳ କମିଟିର ସଭ୍ଯ ଓ ସଭ୍ୟା ମାନଙ୍କୁ ସଚେତନ କରାଇଥିଲେ।
ସେହିପରି ମୋହନା ବ୍ଲକର ଚନ୍ଦ୍ରଗିରି ଠାରେ ଦ୍ୱିତୀୟ ଦିବସ କାର୍ଯ୍ୟକ୍ରମରେ ବକ୍ତା ମାନେ ଜୈବ ସମ୍ବଳ ପଦ୍ଧତି ଦ୍ବାରା ବ୍ୟବସାୟିକ ଉପକାରିତା ଉପରେ ଗୁରୁତ୍ୱୋରୋପ କରିଥିଲେ। ଏଥିରେ ୨୦୦ ଜଣ ଜୈବ ମଣ୍ଡଳ କମିଟିର ସଭ୍ଯ/ସଭ୍ୟା ଉପସ୍ଥିତ ଥିଲେ।
ଅନ୍ୟମାନଙ୍କ ମଧ୍ୟରେ ରାମଗିରି , ଚନ୍ଦ୍ରଗିରି ଓ ମୋହନାର ଫରେଷ୍ଟ ରେଂଜର ତଥା ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। “ଲିପିକା” ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଂଯୋଜକ ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.