ନିଶା ଇଞ୍ଜେକସନ ଚୋରା ଚାଲାଣ : ଜବତ ହେଲା ଘରୋଇ ବସ “ଜୟ ଭୋଲେ” ଅଭିଯୁକ୍ତ ହେଲପର ଗିରଫ l

0 2

ପଦ୍ମପୁର :- ନିଶା ଇଞ୍ଜେକସନ୍ ଚୋରା ଚାଲାଣ କରୁଥିବା (ଓ.ଡି. ୩୧ କେ ୯୦୯୯ ) ଜୟଭୋଲେ ବସ କୁ ଜବତ କରିବା ସହ ଅଭିଯୁକ୍ତ କୁ ଗିରଫ କରିଛି ପଦ୍ମପୁର ପୋଲିସ l ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପଦ୍ମପୁର ପୋଲିସ ଭୁବନେଶ୍ବର ରୁ ପଦ୍ମପୁର ଆସୁଥିବା ଘରୋଇ ବସ୍ “ଜୟଭୋଲେ” କୁ ପିଛା କରି ସ୍ଥାନୀୟ ସ୍ଥାନୀୟ କୁସନାପଡା ରେ ଅଟକାଇ ଯାଞ୍ଚ କରିଥିଲା l ବସ ରୁ ୧୫୦୦ ଗୋଟି ପେଣ୍ଟାଜୋସିନ୍ ଲାକ୍ଟେଡ ଇଞ୍ଜେକସନ୍ ବାହାରି ଥିଲା l ଡ୍ରାଇଭର୍ ପାର୍ସଲ ବିଷୟରେ ଜାଣି ନଥିବା କହିଥିବା ବେଳେ ହେଲପର ବଳଭଦ୍ର ଗୋଛି ସ୍ୱୀକାର କରିଥିଲା ଯେ, ସେ ନିୟମିତ ଭବରେ ଭୁବନେଶ୍ବର ରୁ ପଦ୍ମପୁର ଅଞ୍ଚଳକୁ ନିଶା ଦ୍ରବ୍ୟ ଚୋରା ଚାଲାଣ କରୁଛି ଏବଂ ଏହି ଇଞ୍ଜେକସନ୍ ସଚିନ ସାହୁ ଓ ଶିବା ନାଗ ଏହାକୁ ପଦ୍ମପୁର ପଠାଇଛନ୍ତି l ଏନ୍ ଡି ପି ସି ଅଧିନିୟମ ୫୦ ଅନୁଯାୟୀ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୧୫୦୦ ଗୋଟି ପେଣ୍ଟାଜୋସିନ୍ ଲାକ୍ଟେଡ ଇଞ୍ଜେକସନ୍ ସହିତ ଅଭିଯୁକ୍ତ ହେଲପର ବଳଭଦ୍ର ଗୋଛି କୁ ଗିରଫ୍ କରି କୋର୍ଟ ଚାଲାଣ କରିବା ସହିତ ବସ କୁ ଜବତ କରିଛି ପଦ୍ମପୁର ପୋଲିସ l

Leave A Reply

Your email address will not be published.