ନୟାଗଡ଼ (ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସୃଜନ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସୂଚାରୁ କୁମାର ବଳ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ ପ୍ରମୂଖ ଉପସ୍ଥିତ ରହିଥିଲେ । ଡିସେମ୍ବର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ଗତବର୍ଷ ଭଳି ଚଳିତ ବର୍ଷ ଷ୍ଟାଡିୟମ ପଡ଼ିଆରେ ଜିଲ୍ଲା ମହୋତ୍ସବ ଅନୁଷ୍ଠିତ ହେବ ବୋଲି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗତବର୍ଷ ରହିଥିବା ପାର୍କିଂ ଏବଂ ଟ୍ରାଫିକ ସମସ୍ୟାକୁ ସୂଚାରୁ ଋପେ ପରିଚାଳନା କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ କହିଛନ୍ତି । ବିଧାୟକ ମହୋତ୍ସବର ଇତିହାସ ସମ୍ପର୍କରେ ଆଲୋଚନା କରିବା ସହ ଚଳିତ ବର୍ଷ କିଭଳି ଆକର୍ଷଣୀୟ କରାଯାଇ ପାରିବ ସେ ନେଇ ମତ ରଖିଛନ୍ତି । ବିଭିନ୍ନ ଅଧିକାରୀଙ୍କ ସହଯୋଗରେ ମହୋତ୍ସବ କାର୍ଯ୍ୟ ସୂଚାରୁ ଋପେ ସମାପନ କରିବା ପାଇଁ ଜିଲ୍ଲାପାଳ ଦାୟିତ୍ୱ ଅର୍ପଣ କରିଛନ୍ତି । ଭିନ୍ନ ଭିନ୍ନ କାମ ପାଇଁ କମିଟି ଗଠନ କରାଯାଇଛି । ମହୋତ୍ସବକୁ ୫ ଦିନ ବଦଳରେ ୭ ଦିନ କରାଯିବା ପାଇଁ ପ୍ରସ୍ତାବ ଆସିଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ମହୋତ୍ସବ ମଞ୍ଚରେ ପ୍ରମୂଖ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ ପ୍ରସ୍ତାବ ରଖିଛନ୍ତି । ଷ୍ଟଲ ଗୁଡ଼ିକର ଆବଣ୍ଟନ ଦାୟିତ୍ୱ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଦିଆଯାଇଥିବା ବେଳେ ଚଳିତ ବର୍ଷ ଖାଦ୍ୟ ଷ୍ଟଲ ପାଇଁ ଅଧିକ ସ୍ଥାନ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ କହିଛନ୍ତି । ମହୋତ୍ସବ ଅବସରରେ ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବା ସହ ବିଭିନ୍ନ ବିଭାଗ ସେମାନଙ୍କର ପଦର୍ଶନୀ ଷ୍ଟଲ ଖୋଲିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଜଣଯାଇଛି । ଉପଜିଲ୍ଲାପାଳଙ୍କୁ ସାଂସ୍କୃତିକ ଏବଂ ସ୍ମରଣିକା ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ସ୍ମରଣିକାରେ ବହୁ ପ୍ରମୂଖ ବ୍ୟକ୍ତିତ୍ୱଙ୍କ ଲେଖା ସ୍ଥାନ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହା ସହିତ ପ୍ରତ୍ୟେକ ଦିନ ଅନୁଷ୍ଠିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରାଯିବା ପାଇଁ ବିଧାୟକ ଗୁରୁତ୍ୱ ଦେଇଛନ୍ତି । ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ, ସାହିତ୍ୟିକ, ଲେଖକ, କଳାକାର ଏବଂ ବୁଦ୍ଧିଜିବୀ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post