ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଦିନ ସକାଳ ୯ ଘଣ୍ଟା ଠାରୁ ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ , ପାରଳାଖେମୁଣ୍ଡି ସହରର ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖ ତଥା ରାଜଦାଣ୍ଡ ଉପରେ ସତ୍ୟାଗ୍ରହ ସଂକୀର୍ତ୍ତନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ , ପୁରୀ ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଚାରିଦ୍ବାର ଖୋଲିବା , ରତ୍ନଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ଅଳଙ୍କାରର ଗଣତି-ମଣତି ଓ ଭଣ୍ଡାର ଘର ମରାମତି ଏବଂ ବେଦାନ୍ତ କମ୍ପାନୀ ଦ୍ଵାରା ଅଧିଗ୍ରହଣ କରାଯାଇଥିବା ଦ୍ବାର ଶ୍ରୀ ଜଗନ୍ନାଥଙ୍କ ଅମୃତମଣୋହି ଜମି ଓ ଚାଷୀଙ୍କ ଚାଷ ଜମି ଫେରସ୍ତ କରିବା ଦାବିରେ ନଗର କଂଗ୍ରେସ କମିଟି ପକ୍ଷରୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଜଗନ୍ନାଥ ମଠ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଂକୀର୍ତ୍ତନ ସତ୍ୟାଗ୍ରହ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଅନୁରୂପ ଭାବେ ଏହିଭଳି କାର୍ଯ୍ୟକ୍ରମ ଗଜପତି ଜିଲ୍ଲାର ସମସ୍ତ ବ୍ଲକ୍ ରେ ଥିବା ଜଗନ୍ନାଥ ମନ୍ଦିର ନିକଟରେ ସଂକୀର୍ତ୍ତନ ସତ୍ୟାଗ୍ରହ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା।
ଉପରୋକ୍ତ ଏଭଳି ସଂକୀର୍ତ୍ତନ ସତ୍ୟାଗ୍ରହ କାର୍ଯ୍ୟକ୍ରମ , ଜିଲ୍ଲାର ମୋହନା ବ୍ଲକ ସମେତ ନୁଆଗଡ , ଆର୍ ଉଦୟଗିରି , ରାୟଗଡ଼ା ଏବଂ କାଶୀନଗର ବ୍ଲକ ସମେତ ପାରଳଖେମୁଣ୍ଡି ପୈାର-ପରିଷଦର ଜଗନ୍ନାଥ ମନ୍ଦିର ନିକଟରେ ଏହି କାର୍ଯ୍ୟକ୍ରମ କଂଗ୍ରେସ ଦଳ ପକ୍ଷରୁ ଆୟୋଜିତ କରାଯାଇଥିଲା। ଏଥିରେ ପାରଳଖେମୁଣ୍ଡି ସହରର ସମସ୍ତ ମଠ , ମନ୍ଦିର ତଥା ସାମୁଟିଆ ସାହି କୀର୍ତ୍ତନ ମଣ୍ଡଳୀ , କଣ୍ଡରା ସାହି କୀର୍ତ୍ତନ ମଣ୍ଡଳୀ , ଶ୍ରୀକରଣ ସାହି କୀର୍ତ୍ତନ ମଣ୍ଡଳୀ , ବଡ଼ ରାଧାକାନ୍ତ ମଠର କୀର୍ତ୍ତନ ମଣ୍ଡଳୀ , ଜଗନ୍ନାଥ ମନ୍ଦିରର କୀର୍ତ୍ତନ ମଣ୍ଡଳୀ ଏବଂ ସହରର ଅନ୍ୟାନ୍ୟ କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ହରିନାମ ସଂକୀର୍ତ୍ତନ ଗାନ କରାଯାଇଥିଲା।
ଏହି ସମସ୍ତ କୀର୍ତ୍ତନ ମଣ୍ଡଳୀକୁ କୀର୍ତ୍ତନ ଗୁରୁ ବ୍ରଜ କିଶୋର ରଥ , ରବି ଚୌଧୁରୀ ଏବଂ ଗୋପି ସାହୁଙ୍କ ଦ୍ଵାରା ଯୋଗାଯୋଗରେ ଏହି ହରିନାମ ସଂକୀର୍ତ୍ତନ ଗାନ କରାଯାଇଥିଲା।
ଏହି ସଂକୀର୍ତ୍ତନ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ , ଗୁମ୍ମା ବ୍ଲକ ସଭାପତି ଶ୍ରୀ ଲଳିତ ମୋହନ ଦଣ୍ଡସେନା ସମେତ ପାରଳଖେମୁଣ୍ଡି ର ଶ୍ରୀ ସୁର୍ଯ୍ୟ ନାରାୟଣ ପାତ୍ର , ଲୋକି ପାତ୍ର , ରାଜା ପାତ୍ର , ବନ ବିହାରି ପଣ୍ଡା , ଶ୍ରୀ କୁନାମାଝି , ଶ୍ରୀ ଶିବାଜୀ ପଟ୍ଟନାୟକ , ଶ୍ରୀ ସଂଗ୍ରାମ ସାହୁ , ଶ୍ରୀ ଲୋକି ବରାଡ , ବଣ୍ଟି ଓ ବାବୁଲି ତଥା ଉପେନ୍ଦ୍ର ମହାପାତ୍ର , ପ୍ରମୁଖଙ୍କ ଉପସ୍ଥିତିରେ ଆଜିର ଏହି କାର୍ତ୍ତିକ ମାସର ଏକାଦଶୀ ତିଥିରେ ସଂକୀର୍ତ୍ତନ ସତ୍ୟାଗ୍ରହ କୁ ପାରଳାବାସୀ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
ଏହି ସମସ୍ତ କାର୍ଯ୍ୟକ୍ରମକୁ ପାରଳଖେମୁଣ୍ଡି ନଗର କଂଗ୍ରେସ ସଭାପତି ଶ୍ରୀ ବସନ୍ତ କୁମାର ପଣ୍ଡାଙ୍କ ଦ୍ଵାରା ପରିଚାଳନା ହୋଇଥିଲା।
Sign in
Sign in
Recover your password.
A password will be e-mailed to you.