ଜିଲ୍ଲା ସ୍ତରୀୟ ସାମୁହିକ କ୍ରୀଡ଼ା ପ୍ରତଯୋଗିତା ଅନୁଷ୍ଠିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶନାରେ ରାଜ୍ୟ ସ୍ତରୀୟ ଫୁଟବଲ ଓ କ୍ରିକେଟ୍ ରେ ଅଂଶ ଗ୍ରହଣ କରିବା ପାଇଁ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଓ ଚୟନ କାର୍ଯ୍ୟକ୍ରମ ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଓ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵଂୟ ଶାସିତ ମହାିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଟିତ ହୋଇଯାଇଛି।
ଏଥିରେ ଜିଲ୍ଲାର ୭ଟି ବ୍ଲକରୁ ଉଭୟ ଫୁଟବଲ ଓ କ୍ରିକେଟ୍ ଦଳ ଭାଗନେଇଛନ୍ତି। ଏହି ପ୍ରତିଯଗିତାର ଉଦଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମୋନଜ ରଞ୍ଜନ ଦଳାଇ , ସରକାରୀ ଉଚ୍ଚ ବିଦ୍ୟାଳୟ ଯାଜପୁରର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଓ ସରକାରୀ ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାକୁ ଚୟନ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥଲେ।
ଏଥିରେ ଜିଲ୍ଲାର ୨୩୦ଜଣ ଖେଳାଳି ଅଂଶ ଗ୍ରହଣ କରିଥିବା ବେଳେ ୩୦ ଜଣ କ୍ରୀଡା ଶିକ୍ଷକ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ସୁରେନ୍ଦ୍ର ପାତ୍ର କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିଲେ। କ୍ରୀଡା ଶିକ୍ଷକ ଧୀରେନ୍ଦ୍ର ସାମଲ , କିଶୋର ସାମଲ , ଦର୍ଷିତା ପଟ୍ଟନାୟକ , ରେଖାରାଣୀ ଦେଓ , ଲିଙ୍ଗରାଜ ସାହୁ , ସନ୍ତୋଷ ପଣ୍ଡା , ଅଜୟ ବିଶ୍ବାଳ ପ୍ରମୁଖ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମକୁ ଶିକ୍ଷକ ଅମୂଲ୍ୟ ପାଣିଗ୍ରାହୀ ପରିଚାଳନା କରିଥିଲେ। ରାଜ୍ୟ ସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା ତା ୨୨.୧୧.୨୦୨୩ ଠାରୁ ୨୬.୧୧.୨୦୨୩ ପର୍ଯ୍ୟନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ବୁର୍ଲା , ସମ୍ବଲପୁର ଠାରେ ଜିଲ୍ଲାର ୧୫ ଜଣ ପ୍ରତିଯୋଗୀ ଓ ଫୁଟବଲ ପ୍ରତିଯୋଗିତା ତା ୧୭.୧୧.୨୦୨୩ ଠାରୁ ୨୦.୧୧.୨୦୨୩ ପର୍ଯ୍ୟନ୍ତ ରେଭେନ୍ସା ସରକାରୀ ଉଚ୍ଚ ବିଦ୍ୟାଳୟ , କଟକ ଠାରେ ୧୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିବା ପାଇଁ ଚୟନ ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.