କଂଗ୍ରେସ ପକ୍ଷରୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଂକୀର୍ତ୍ତନ ସତ୍ୟାଗ୍ରହ ।

0

କେନ୍ଦ୍ରାପଡା:(ଶାସକ ପ୍ରଶାସକ) ପ୍ରଫୁଲ୍ଲ କୁମାର ମଲ୍ଲ :କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ସ୍ଥିତ ଦଧି ବାବନଜୀଉ ମନ୍ଦିର ସମ୍ମୁଖରେ ଆଜି ସକାଳ 11ଘଣ୍ଟିକା ଠାରୁ ଅପରାହ୍ନ 2ଘଣ୍ଟା ପର୍ଯ୍ୟନ୍ତ ପାଟକୁରା କଂଗ୍ରେସ ପକ୍ଷରୁ ଆଜି ସତ୍ୟାଗ୍ରହ ସଂକୀର୍ତ୍ତନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ର ମୂଖ୍ୟ ଉର୍ଦେଶ୍ୟ ହେଉଛି ପୁରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ଚାରିଦ୍ବାର ଖୋଲିବା, ରତ୍ନଭଣ୍ଡାର ଗଣତି, ମଣତି ମରାମତି ଏବଂ ବେଦାନ୍ତ କମ୍ପାନୀ ଦ୍ଵାରା ଅଧିଗ୍ରହଣ କରାଯାଇଥିବା ଦ୍ବାରା ଶ୍ରୀ ଜଗନ୍ନାଥଙ୍କ ଅମୃତ ମଣୋହି ଜମି ଓ ଛାଷ ଜମି ଫେରସ୍ତ କରିବା ଦାବିରେ ପାଟକୁରା କଂଗ୍ରେସ କମିଟି ପକ୍ଷରୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଦଧି ବାବନଜୀଉ ମନ୍ଦିର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସତ୍ୟାଗ୍ରହ ସଂକୀର୍ତ୍ତନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଙ୍କ ନେତୃତ୍ୱରେ ହୋଇଥିବା ବେଳେ କଂଗ୍ରେସ ଦଳର ବହୁ କର୍ମକର୍ତ୍ତା ଓ କର୍ମୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.