
ଜଗତସିଂହପୁର ତା -୦୯ .୧୧.୨୦୨୩ ସୁମନ୍ତ କୁମାର ଦାସ:ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଜଗତସିଂହପୁର ବ୍ଲକ କଂଗ୍ରେସ ପକ୍ଷରୁ ପୁନଙ୍ଗ ସ୍ଥିତ ସିଦ୍ଧ ବାରଙ୍ଗ ଜଗନ୍ନାଥ ମନ୍ଦିର ଓ ସିଦ୍ଧଳ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଭକ୍ତ ମାନଙ୍କ ସୁବିଧା ପାଇଁ ପୁରୀ ଶ୍ରୀମନ୍ଦିର ର ଚାରି ଦ୍ଵାର ଖୋଲିବା, ରତ୍ନ ଭଣ୍ତାର ତୁରନ୍ତ ଖୋଲିବା,ଦେବାନ୍ତ କମ୍ପାନୀ ଦ୍ଵାରା ଅଧିଗ୍ରହଣ ହୋଇଥିବା ଜମିକୁ ତୁରନ୍ତ ଚାଷୀ ମାନଙ୍କୁ ତୁରନ୍ତ ଫେରସ୍ତ କରିବା ଆଦି ଦାବୀରେ ସଂକ୍ରୀତନ ସତ୍ୟାଗ୍ରହ ଅନୁଷ୍ଠିତ ହେବାକୁ ଯାଉଅଛି।ଜଗତସିଂହପୁର ବ୍ଲକ ସିଦ୍ଧଳ କନ୍ତାରେଶ୍ବର ମହାଦେବ ମନ୍ଦିର ଠାରୁ ପୂଜାର୍ଚ୍ଚନା କରି କଂଗ୍ରେସ ଦଳର କର୍ମୀମାନେ ବଳଦେବ ଜିୟୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ପଞ୍ଚାୟତ ପରିକ୍ରମା କରି ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ପଦଯାତ୍ରା କରିବା ସହ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଞ୍ଚି ସେଠାରେ ନାମ ସଂକୀର୍ତ୍ତନ କରିଥିଲେ।ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ୍ ଙ୍କ ପରାମର୍ଶ କ୍ରମେ ଜଗତସିଂହପୁର ପୌର ପରିଷଦର ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ନାରାୟଣ ନାୟକ,ସରପଞ୍ଚ ସିଦ୍ଧାର୍ଥ ଶଙ୍କର ରାୟ,କଂଗ୍ରେସ ନେତା ମାନସ ରଥ, ଅବନୀ କାନ୍ତ ମହାରଣା,ରାମଚନ୍ଦ୍ର ଦାଶ,ଆଶିଷ ମହାପାତ୍ର, ଲିପୁ ମହାନ୍ତି,ପୂର୍ବତନ ସମିତି ସଭ୍ୟ ଶରତ କୁମାର ମଲ୍ଲିକ, କାଳନ୍ଦୀ ଖଟୁଆ,ପ୍ରତାପ ବାରିକ, ନାରାୟଣ ଦାସ,ଗଗନ ବିହାରୀ ବାରିକ, ନିରଞ୍ଜନ ବେହେରା, ଉମେଶ ସ୍ୱାଇଁ, ପ୍ରସନ୍ନ ସାହୁ, ଗିରିଧାରୀ ଭୋଇ, ତ୍ରିଲୋଚନ ବେହେରା, କୃଷ୍ଣଚନ୍ଦ୍ର ସ୍ବାଇଁ, ରବୀନ୍ଦ୍ର ବେହେରା, ନାରାୟଣ ବେହେରା,ଝାଟୁ ବେହେରା ପ୍ରମୁଖ ଯୋଗ ଦେଇ ଜଗନ୍ନାଥ ସଂସ୍କୃତିର ରକ୍ଷା ପାଇଁ ପ୍ରଦୀପ ପ୍ରଜ୍ବଳନ ଓ ନାମ ସଂକୀର୍ତ୍ତନ କରି ପ୍ରାର୍ଥନା କରିଥିଲେ।
ସେହିପରି ପୁନଙ୍ଗ ସିଦ୍ଧ ବାରଙ୍ଗ ଜଗନ୍ନାଥ ମନ୍ଦିର ଠାରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଙ୍କ ନେତୃତ୍ବରେ ବ୍ଲକ କଂଗ୍ରେସ ସଭାପତି ଅଦୈତ ଜେନା, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ, କଂଗ୍ରେସ ନେତା ନିରଞ୍ଜନ ସେନ, ଧର୍ମାନନ୍ଦ ବିଶ୍ବାଳ,ରାକେଶ ସ୍ବାଇଁ,, ସୁଦର୍ଶନ ବେହେରା,ବାପୁ ରାୟ, ଦେବେନ୍ଦ୍ର ବେହେରା, ନାରାୟଣ କାନୁନଗୋ,ସ୍ବାସ୍ତୀକ ମିଶ୍ର, ଜ୍ଞାନରଞ୍ଜନ ପୃଷ୍ଟି, ଲଣ୍ଡନ ମଲ୍ଲିକ, ମନୋରଞ୍ଜନ ମହାନ୍ତି,ଜୀବନ ଜେନା,ଶଙ୍କରେଶ୍ବର ଦାସ, ବାରମ୍ବାର ଦାସ, ସୁବୋଧ ଲେଙ୍କା, ସଂଜିବ ମିଶ୍ର,ଭଗତ ତାରେଣିଆ, ପବିତ୍ର ପରିଡ଼ା,ମିହିର ବାରିକ,ବିଜୟ ବିଶ୍ଵାଳ, ସୁକାନ୍ତ ନାଥ, ପ୍ରଶାନ୍ତ ନାଥ , ନିରଞ୍ଜନ ବେହେରା,ବିମଳ ପ୍ରସାଦ ରାୟ, ଅଶୋକ ପ୍ରଧାନ ପ୍ରମୁଖ ପୁନଙ୍ଗ ଗ୍ରାମ ପରିକ୍ରମା କରିବା ସହ ଜଗନ୍ନାଥ ମନ୍ଦିରରେ ଦୀପ ପ୍ରଜ୍ବଳନ କରିଥିଲେ।
Sign in
Sign in
Recover your password.
A password will be e-mailed to you.