ଜୟ ଦୁର୍ଗା ଫୁଟବଲ କମିଟି ବାଗଭାଡି ପକ୍ଷରୁ ଫୁଟବଲ ମ୍ୟାଚ ଆୟୋଜିତ

0

  ବଲାଙ୍ଗୀର : ବଲାଙ୍ଗୀର ଖୁଜେନ ପାଲି ଖେଲ ପଡ଼ିଆ ଠାରେ ଜୟ ଦୁର୍ଗା ଫୁଟବଲ କମିଟି,ବାଗଭାଡି ପକ୍ଷରୁ ଏକ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଏହି ପାଞ୍ଚ ଦିନ ଧରି ଆୟୋଜିତ ଫୁଟବଲ ପ୍ରତିଯୋଗିତା ରେ ଆଜି ପ୍ରଥମ ମ୍ୟାଚ ଖୁଜେନ ପାଲି ଓ ମହିମୁଣ୍ଡା ଦଳ ମଧ୍ୟରେ ଦ୍ଵିତୀୟ ମ୍ୟାଚ ବରକାନୀ ଓ ମଣିଙ୍ଗ ଷ୍ଟାର ମଧ୍ୟରେ ତୃତୀୟ ମ୍ୟାଚ ରେ ବରକାନୀ ଦଳକୁ ୨-୦ ଗୋଳ କରି ମହିମୁଣ୍ଡା ଦଳ ବିଜୟୀ ହାସଲ କରି ସେମିଫାଇନାଲରେ ପ୍ରବେଶ କଲେ। ଆଜିର ଏହି ମ୍ୟାଚ ରେ ଅତିଥି ଭାବେ ଶ୍ରୀମତୀ ସୂର୍ଯ୍ୟକାନ୍ତି ସାହୁ, ସମିତି ସଭ୍ୟା ଖୁଜେନ ପାଲି ଗ୍ରା:ପ:, ସମାଜ ସେବା ବିନୋଦ କାଳସାଏ ଯୋଗଦେଇ ଖେଲାଲି ମାନଙ୍କୁ ଉତ୍ସାହିତ କରିଥିଲେ । ରେଫରି ଭାବରେ ମହେନ୍ଦ୍ର ତ୍ରିପାଠୀ, ସୁରେଶ ନାଏକ,ଓ ଦାମୋଦର ପଧାନ ପରିଚାଳନ କରିଥିଲେ। ଏହି ପ୍ରତିଯୋଗିତାରେ କମିଟି ର ସଭାପତି ଶିବ ବାଗ, ସମ୍ପାଦକ କାନନ ସାହୁ, ଭଗବାନ ଷାଣ୍ଢ,ବିନୟ ତାଣ୍ଡି,ଉଦୟ ସାହୁ,ସନ୍ଦିପ ସାହୁ, ଇନ୍ଦ୍ରମଣି ବଗର୍ତ୍ତି, ଭଗବାନ ପୋଡ଼,ଦୈଲତ କୁଦେଇ,ଆକାଶ ଦୀପ,ପ୍ରସାନ୍ତ ଷାଣ୍ଢ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।

Leave A Reply

Your email address will not be published.