(ନିଶ୍ଚିନ୍ତକୋଇଲି-ଶାସକପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ବାଲିଆପଦା ପଞ୍ଚାୟତ ପଞ୍ଚସରଙ୍ଗବଳରାମପୁର ଗ୍ରାମର ସାମ୍ବାଦିକ ସୁବାଶିଷ ବସନ୍ତରାୟଙ୍କ ପିତା ଧର୍ମପ୍ରାଣ ଶରତ ବସନ୍ତରାୟଙ୍କ ପ୍ରଥମ ବାର୍ଷିକ ସ୍ମୃତିରେ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଛି । ସାମ୍ବାଦିକ ଅଖିଳେଶ ମହାନ୍ତିଙ୍କ ପୌରହିତ୍ୟରେ ଏଥିରେ କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପୂର୍ବତନ ଜିଲ୍ଲାପରିଷଦ ଅଚ୍ୟୁତାନନ୍ଦ ଦାସ,ବିନୋଦ ସାମଲ, ପ୍ରକାଶ ଚନ୍ଦ୍ର ସାହୁ,ଜୋନ୍ ସଭାପତି ଜ୍ୟୋତିପ୍ରକାଶ ସାଇଁ, ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ସରପଞ୍ଚ ସାଧୀନ ଭୂୟାଁ,ବିବେକାନନ୍ଦ ଆଚାର୍ଯ୍ୟ, ପୂର୍ବତନ ସରପଞ୍ଚ ସରୋଜ କୁମାର ବେହେରା, ଦେବେନ୍ଦ୍ର କୁମାର ସାହୁ, ରମେଶଚନ୍ଦ୍ର ସାଇଁ,କୈଳାସ ସାମନ୍ତରାୟ, ଅନ୍ନଦାପ୍ରସାଦ ନାୟକ,ଶିକ୍ଷାବିତ୍ ବଂଶୀଧର ପଣ୍ଡା,ସାହିତ୍ୟିକ ଫକୀର ଚରଣ ନାୟକ, ପ୍ରକାଶକ ଚନ୍ଦ୍ରମଣୀ ଭୂୟାଁ,ଯୁବନେତା ପ୍ରମୋଦ କୁମାର ସାଇଁ, ସୁଶାନ୍ତ ନାୟକ, ଅରୁଣ ସାମନ୍ତରାୟ ଙ୍କ ସମେତ ସାଲେପୁର,ମାହାଙ୍ଗା,ନିଶ୍ଚିନ୍ତକୋଇଲି ଅଞ୍ଚଳର ସମସ୍ତ ସାମ୍ବାଦିକ, ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ତାଙ୍କ ସ୍ମୃତିରକ୍ଷା ପାଇଁ ପ୍ରକାଶ ପାଇଥିବା ଅଭୁଲା ସ୍ମୃତି ଶୀର୍ଷକ ସ୍ମରଣିକାକୁ ଅତିଥିମାନଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା । ଶେଷରେ ପୁତ୍ର ଆଶିଷ ବସନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.