କିଟରେ ହେବ ୩୯ତମ ବିଶ୍ୱ କବି ସମ୍ମିଳନୀ

0

ଭୁବନେଶ୍ୱର : ବିଶ୍ୱ କଳା ଓ ସଂସ୍କୃତି ଆକାଡେମୀ (ୱାଲ୍‍ର୍ଡ ଆକାଡେମୀ ଅଫ୍‍ ଆଟ୍‍ସ ଆଣ୍ଡ କଲ୍‍ଚର (ୱାକ୍‍) ଏବଂ କିଟ୍‍ ଓ କିସ୍‍ ସହଯୋଗରେ ୨୦୧୯ ମସିହାରେ କିଟ୍‍ରେ ୩୯ତମ ବିଶ୍ୱ କବି ସମ୍ମିଳନୀ ଏବଂ ‘ୱାକ୍‍’ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହେବ । ଏନେଇ ବୁଧବାର ଚୀନ୍‍ର ଗୁଇଝାଉ ରାଜ୍ୟର ସୁଇଆଙ୍ଗ୍‍ କାଉଣ୍ଟିଠାରେ ଉଦ୍‍ଘାଟିତ ହୋଇଥିବା ୩୮ତମ ବିଶ୍ୱ କବି ସମ୍ମିଳନୀରେ ‘ୱାକ୍‍’ର ସଭାପତି ଡ. ମାଉରସ୍‍ ୟଙ୍ଗ, ଉପସଭାପତି ପ୍ରଫେସର ଡ. ଅର୍ନେଷ୍ଟୋ କାହାନ୍‍ ଏବଂ ସାଧାରଣ ସଂପାଦକ ଡ. ମାରିଆ ୟୁଗେନିଆ ସୋବେରାନିସ୍‍ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ । ଏଥିରେ ବିଶ୍ୱର ୭୫ଟି ଦେଶରୁ ହଜାରେରୁ ଊଦ୍ଧ୍ୱର୍ କବି, ଲେଖକ, ସାହିତ୍ୟିକ ଓ ନୋବେଲ୍‍ ବିଜେତା ଯୋଗଦେଉଥିବା ବେଳେ ଭାରତରୁ ୨ହଜାରରୁ ଉର୍ଧ୍ଵ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଚୀନ୍‍ରେ ଅନୁଷ୍ଠିତ ତ ୩୮ତମ ବିଶ୍ୱ କବି ସମ୍ମିଳନୀରେ କିଟ୍‍ ଓ କିସ୍‍ର ପ୍ରତିଷ୍ଠା ତା ଅଚ୍ୟୁତ ସାମନ୍ତଙ୍କୁ ‘ୱାକ୍‍’ ସର୍ବୋଚ୍ଚ ସମ୍ମାନ ଗୋଲ୍‍ଡେନ୍‍ ଗାବେଲ୍‍ ପୁରସ୍କାର ଓ ସମ୍ମାନସୂଚକ ଡିଲିଟ୍‍ ଉପାଧୀ ପ୍ରଦାନ ପାଇଁ ଘୋଷଣା କରାଯାଇଛି । ଶ୍ରୀ ସାମନ୍ତ ଅସୁସ୍ଥତା କାରଣରୁ ଏହି ସମ୍ମିନଳୀରେ ଯୋଗ ଦେଇପାରିନଥିବାରୁ ପରବର୍ତ୍ତୀ ସମୟରେ ଏହି ପୁରସ୍କାର ତାଙ୍କୁ ଭାରତରେ ପ୍ରଦାନ କରାଯିବ । ଏହି ଅବସରରେ କିଟ୍‍ରେ ୩୯ ତମ ବିଶ୍ୱ କବି ସମ୍ମିଳନୀ ଆୟୋଜନ ପାଇଁ ବିଶ୍ୱ କବି ସମ୍ମିଳନୀର ପତାକା ଓ ମଶାଲ୍‍କୁ ସୁଇଆଙ୍ଗ୍‍ କାଉଣ୍ଟିର ମେୟର, କିଟ୍‍ର ବରିଷ୍ଠ ପରାମର୍ଶଦାତା ଆର କେ ଦାସଙ୍କୁ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ, ଭାରତରେ ବିଶ୍ୱ କବି ସମ୍ମିଳନୀ ଆୟୋଜନ ପାଇଁ ‘ୱାକ୍‍’ର ସଭାପତି ୟଙ୍ଗ, ଉପସଭାପତି ପ୍ରଫେସର କାହାନ୍‍ ଏବଂ ସାଧାରଣ ସଂପାଦକ ଡ. ମାରିଆ ଶ୍ରୀ ସାମନ୍ତଙ୍କୁ ଅନୁରୋଧ କରିଥିଲେ । ଏଥିରେ ଶ୍ରୀ ସାମନ୍ତ ସମ୍ମତି ପ୍ରକାଶ ପରେ ଭାରତର କିଟ୍‍ରେ ଏହି ବିଶ୍ୱ କବି ସମ୍ମିଳନୀ ଆୟୋଜନ ପାଇଁ ୱାକ୍‍ ପକ୍ଷରୁ ଘୋଷଣା କରାଯାଇଛି । ୧୯୬୯ରେ ପ୍ରତିଷ୍ଠିତ ବିଶ୍ୱ କଳା ଓ ସଂସ୍କୃତି ଏକାଡେମୀ ହେଉଛି ୟୁନେସ୍କୋ ଅନୁବନ୍ଧିତ ଏକ ଅନୁଷ୍ଠାନ ଏବଂ ଏହା କଳା ଓ ସଂସ୍କୃତି ମାଧ୍ୟମରେ ବିଶ୍ୱରେ ଶାନ୍ତି, ମୈତ୍ରୀ ଓ ଭ୍ରାତୃତ୍ୱ ଭାବର ପ୍ରଚାର କରିଥାଏ । ଆଜି ଏ ସଂପର୍କରେ ସୂଚନା ଦେଇ ଶ୍ରୀ ସାମନ୍ତ କହିଛନ୍ତି ଏହା ଦ୍ୱାରା ଭାରତୀୟ ସାହିତ୍ୟ ଓ ସଂସ୍କୃତି ବିଶେଷ କରି ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତି ବିଶ୍ୱ ଦରବାରରେ ପରିଚିତି ଲାଭ କରିବାର ଏକ ସୁଯୋଗ । ଓଡ଼ିଶାରେ ଏହି ସମ୍ମିଳନୀ ଆୟୋଜନ ହେଉଥିବାରୁ ଓଡ଼ିଶାର କଳା, ଭାସ୍କର୍ଯ୍ୟ, ସାହିତ୍ୟ ଓ ସଂସ୍କୃତି ତଥା ପର୍ଯ୍ୟଟନ ଆଦି ଅନ୍ତର୍ଜାତିକସ୍ତରରେ ଖ୍ୟାତି ଲାଭ କରିପାରିବ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

Leave A Reply

Your email address will not be published.