ଭୂସ୍ଖଳନରେ କିଛି ଲୋକଙ୍କ ପ୍ରାଣହାନୀ ଦୁଃଖଦାୟକ, ହେଲେ ଆଗୁଆ ପଦକ୍ଷେପର ଶ୍ରେୟକୁ ସ୍ୱୀକାର ନକରିବା ଦୁର୍ଭାଗ୍ୟଜନକ : ବିଜେଡି 

0

ଭୁବନେଶ୍ୱର : ବିଗତ ୧୮ବର୍ଷ ମଧ୍ୟରେ ‘ଫାଇଲିନ୍‍’ ପରେ ସବୁଠାରୁ ଭୀଷଣ ବାତ୍ୟା ଥିଲା ‘ତିତ୍‍ଲି ।’ ଯଦିଓ ‘ହୁଡୁହୁଡୁ’ ଏହା ମଧ୍ୟରେ ଆସିଥିଲା, ଓଡ଼ିଶା ତୁଳନାରେ ଆନ୍ଧ୍ରପ୍ରଦେଶରେ ତା’ର ବେଶୀ ପ୍ରଭାବ ଦେଖିବାକୁ ମିଳିଥିଲା । ପ୍ରତି ଘଣ୍ଟାରେ ୧୬୫ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବା ସହିତ ଆସିଥିବା ତିତ୍‍ଲି ଏକ ‘ଭେରି ସିିଭିୟର ସାଇକ୍ଲୋନିକ୍‍ ଷ୍ଟର୍ମ’ ଥିଲା ଏବଂ ଏହା ଯୋଗୁ କେତେ ଅଧିକ କ୍ଷତି ହୋଇପାରିଥାନ୍ତା ଏବଂ ଆଗୁଆ ପଦକ୍ଷେପ ଯୋଗୁ କେତେ କମ୍‍ କ୍ଷତି ହେଲା ଏହା ଓଡ଼ିଶାର ଜନସାଧାରଣ ବୁଝିପାରୁଥିବେ । ଜନସାଧାରଣ ଏହା ହୃଦୟଙ୍ଗମ କରି ଉଚିତ୍‍ ନିର୍ଯ୍ୟାସରେ ପହଂଚିଥିବେ  । ଏହା ଅତି ଦୁର୍ଭାଗ୍ୟଜନକ ଯେ କିଛି ରାଜନୈତିକ ଦଳ ଯେଉଁ ସ୍ୱେଚ୍ଛାସେବୀ, ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ୩ଲକ୍ଷ ଲୋକଙ୍କୁ ରାତିଦିନ ପରିଶ୍ରମ କରି ସ୍ଥାନାନ୍ତର କରିଥିଲେ, ସେମାନଙ୍କୁ ଶ୍ରେୟ ଦେବା ପାଇଁ ଚାହୁଁନାହାନ୍ତି । ଓଡ଼ିଶା ଉପକୂଳ ଠାରୁ ୨୦୦ କିମି ଦୂରରେ ଥିବା ଗଜପତି ଜିଲ୍ଲାରେ ଏକ ଭୂସ୍ଖଳନ ଯୋଗୁ କିଛି ବହୁମୂଲ୍ୟ ଜୀବନ ଚାଲିଯାଇଛି । ଏହା ଅତ୍ୟନ୍ତ ଦୁଃଖଦ, ଦୁର୍ଭାଗ୍ୟଜନକ ଏବଂ ଆମର ଗଭୀର ସମବେଦନା ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ରହିଛି ବୋଲି ବିଜେଡି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି |

Leave A Reply

Your email address will not be published.