ଆରଏସପି କର୍ମଚାରୀଙ୍କ ସୁକନ୍ୟା ଅଷ୍ଟ୍ରେଲିଆ ‘ଏ’ ବିରୁଦ୍ଧରେ ଏକଦିବସୀୟ ସିରିଜ ଖେଳିବା ନିମନ୍ତେ ଭାରତ ‘ଏ’ ଦଳରେ ମନୋନୀତ

0

Rourkela/Sushanta Behera : ରାଉରକେଲା ଇସ୍ପାତ କାରଖାନାର ଓର ବେଡିଙ୍ଗ ଓ ବ୍ଲେଣ୍ଡିଂ ପ୍ଳାଣ୍ଟ ବିଭାଗର କର୍ମଚାରୀ, ଶ୍ରୀ ଜିନ୍ଦା ଏକ୍କା ଏବଂ ଶ୍ରୀମତୀ ଅନିତା ଏକ୍କାଙ୍କ ସୁକନ୍ୟା, ରିମା ଲକ୍ଷ୍ମୀ ଏକ୍କା ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଅଷ୍ଟ୍ରେଲିଆ ଏ ବିରୁଦ୍ଧରେ ଏକଦିବସୀୟ କ୍ରିକେଟ ସିରିଜ ଖେଳିବା ନିମନ୍ତେ ଭାରତ ଏ ଦଳରେ ସ୍ଥାନ ପାଇଛନ୍ତି ।

ଏହି ଏକଦିବସୀୟ ସିରିଜରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ୩ ଟି ଏକଦିବସୀୟ ମ୍ୟାଚ ଖେଳିବେ । ସୂଚନାଯୋଗ୍ୟ ଯେ, ବିସିସିଆଇ ସିନିୟର ମହିଳା ଟି- ଟ୍ୱେଣ୍ଟି ଚାଲେଞ୍ଜର୍ସ ଟ୍ରଫିରେ ଉନ୍ନତ ପ୍ରଦର୍ଶନ ଆଧାରରେ ରିମାଙ୍କୁ ଭାରତୀୟ ଦଳରେ ଚୟନ କରାଯାଇଛି । ସେ ଉକ୍ତ ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ ରେଡ ଟିମର ପ୍ରତିନିଧିତ୍ଵ କରିଥିଲେ । ଏହା ବାଙ୍ଗାଲୋରଠାରେ ଅଗଷ୍ଟ ୧୪ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ରୀମା ଜଣେ ଡାହାଣ ହାତୀ ମଧ୍ୟମ ଗତି ବୋଲର ଅଟନ୍ତି ଏବଂ ଆରଏସପିର କ୍ରିକେଟ କୋଚ, ଶ୍ରୀ ଅଲେଖ ବାରିକଙ୍କ ଠାରୁ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି। ରୀମା ସମ୍ପ୍ରତି ଇସ୍ପାତ ଅଟୋନମସ ମହାବିଦ୍ୟାଳୟରେ ଯୁକ୍ତ ୩ ଦ୍ଵିତୀୟ ବର୍ଷର ଛାତ୍ରୀ ଅଟନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୪-୧୫ ମସିହାରେ ରୀମା ନିଜର କ୍ରିକେଟ କ୍ୟାରିଅର ଆରମ୍ଭ କରିଥିଲେ। ବର୍ତ୍ତମାନ ସୁଧା ସେ ୫ଟି ଆନ୍ତଃ ପ୍ରଦେଶ ୧୯ ବର୍ଷରୁ କମ ମହିଳା ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟ, ୩ଟି ଆନ୍ତଃ ଜୋନାଲ ୧୯ ବର୍ଷରୁ କମ ମହିଳା ଦୁଇ ଦିବସୀୟ ଟୁର୍ଣ୍ଣାମେଣ୍ଟ,୪ ଟି ଆନ୍ତଃ ଜୋନାଲ ୧୯ ବର୍ଷରୁ କମ ମହିଳା ଏନସିଏ ଟୁର୍ଣ୍ଣାମେଣ୍ଟ, ୫ ଟି ଆନ୍ତଃ ପ୍ରଦେଶ ୨୩ ବର୍ଷରୁ କମ ମହିଳା ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟ ସମେତ ୫ଟି ସିନିୟର ମହିଳା ଏକଦିବସୀୟ ମ୍ୟାଚ, ୧୧ଟି ମହିଳା ଟି- ଟ୍ୱେଣ୍ଟି ମ୍ୟାଚ ଏବଂ ୧୭ ଟି ଅନ୍ୟାନ୍ୟ ମ୍ୟାଚ ଖେଳିସାରିଛନ୍ତି । ନିକଟରେ ପ୍ରତିଭାବାନ ବୋଲର ଓ ବ୍ୟାଟସମ୍ୟାନଙ୍କ ପାଇଁ ଜାତୀୟ କ୍ରିକେଟ ଏକାଡେମୀ ବେଙ୍ଗାଲୁରୁଠାରେ ଜୁଲାଇ ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ସ୍ଵତନ୍ତ୍ର ପ୍ରଶିକ୍ଷଣ ଶିବିରରେ ଯୋଗଦେବା ପାଇଁ ଓଡିଶାରୁ ମନୋନୀତ ହୋଇଥିଲେ।

Leave A Reply

Your email address will not be published.