ରାଫେଲ ବିମାନ ଦୁର୍ନୀତି ଅଭିଯୋଗରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପଦ୍ମପୁର ରେ ବିରୋଧ ପ୍ରଦର୍ଶନ 

0

ପଦ୍ମପୁର/ନୀଳ ଦୀପ -ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ଭାରତୀୟ ଜାତୀୟ କଂଗ୍ରେସ ତଥା ଯୁବ କଂଗ୍ରେସ ତରଫରୁ ରାଫେଲ ଯୁଦ୍ଧ ବିମାନ କିଣିବା ରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଏକ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଥିଲା।ପୂର୍ବତନ ବିଧାୟକ ତଥା ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ସତ୍ୟଭୂଷଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଲିରେ ପଦ୍ମପୁର ଟାଉନ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ସନ୍ତୋଷ ଶତପଥି, ପଦ୍ମପୁର ବିଧାନସଭା ସ୍ତରୀୟ କଂଗ୍ରେସ ସଭାପତି ଅଭିଶେଖ ରଥ,ଝାରବନ୍ଧ ଜୋନ ୧ ସଭାପତି ମୁଜଫର ହୁସେନ ତଥା ଅନ୍ୟାନ୍ୟ ବରିଷ୍ଠ ନେତା ଓ ଶତାଧିକ କର୍ମୀ ଯୋଗଦେଇ ପଦ୍ମପୁର ସହରର ପରିକ୍ରମା କରିବା ସହିତ ସ୍ଥାନୀୟ ଭେଉଁରିଆ ଛକ ଠାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଲିକା ମଧ୍ୟ ଦାହ କରାଯାଇଥିଲା ।

Leave A Reply

Your email address will not be published.