ତାଳୁକା ଆଇନ ସେବା କମିଟି ତରଫରୁ ବରିଷ୍ଠ ନାଗରିକ ଦିବସ ପାଳିତ 

0

ପଦ୍ମପୁର/ନୀଳ ଦୀପ -ପଦ୍ମପୁର ତାଳୁକା ଆଇନ ସେବା କମିଟି ଆନୁକୂଲ୍ୟରେ ବରିଷ୍ଠ ନାଗରିକ ଦିବସ ସ୍ଥାନୀୟ ସିଭିଲ କୋର୍ଟ ପରିସର ମଧ୍ୟରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ତାଳୁକା ଆଇନ ସେବା କମିଟିର ଅଧ୍ୟକ୍ଷ ତଥା  ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ଶରତ କୁମାର ଦେହୁରୀ ଅଧ୍ୟକ୍ଷତା କରି ତାଙ୍କ ବକ୍ତବ୍ୟରେ ବରିଷ୍ଠ ନାଗରିକ ମାନଙ୍କ ସହାୟତା ପାଇଁ ବିଭିନ୍ନ ଆଇନଗତ ଦିଗ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଏସଡିଜେଏମ ଶ୍ରୀମତୀ ପଲ୍ଲବୀରାଣୀ ସାହୁ,ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୌଳତ ଚନ୍ଦ୍ରାକର,ଉପଖଣ୍ଡ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ଯଦୁମଣି ସାହୁ,ଅବସରପ୍ରାପ୍ତ ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ହରିହର ଶତପଥି,ଅବସରପ୍ରାପ୍ତ ଅତିରିକ୍ତ ଜିଲ୍ଲା ଜର୍ଜ ଶ୍ରୀଯୁକ୍ତ ରାମଚନ୍ଦ୍ର ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଓକିଲ ସଂଘର ସଭାପତି ଶ୍ରୀଯୁକ୍ତ ଯୋଗେନ୍ଦ୍ର ଭୋଇଙ୍କ ସମେତ ବରିଷ୍ଠ ଆଇନଜୀବୀ,ସହରର ମାନ୍ୟଗନ୍ୟ ବରିଷ୍ଠ ନାଗରିକ ବୄନ୍ଦ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.