ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ୍ ଅଭିଯାନ ସାମାଜିକ ସମୀକ୍ଷା ବୈଠକ

0

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )– ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ସ୍କୁଲ୍ ଅଭିଯାନର ଏକ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା, ଖଇରପୁଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ମିଶ୍ର,ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୃତ୍ୟୁଞ୍ଜୟ ପଣ୍ଡା, ସ୍ଥାନୀୟ ୱାର୍ଡ୍ ସଭ୍ୟ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କର 5T ଅନୁଦାନ ଏବଂ ମୋ ସ୍କୁଲ୍ ଅନୁଦାନ ମାଧ୍ୟମରେ ହୋଇଥିବା ବିଦ୍ୟାଳୟର ପ୍ରଗତି କାର୍ଯ୍ୟ ଏବଂ ଏହାର ଗୁଣବତ୍ତାକୁ ଉଚ୍ଚ ପ୍ରଶଂସା କରିଥିଲେ I ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ମୋ ସ୍କୁଲ୍ କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ଆଗାମୀ ଦିନରେ ମୋ ସ୍କୁଲ୍ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟରେ ବିଜ୍ଞାନ ଏବଂ କ୍ରୀଡ଼ା କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯିବ ବୋଲି ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଆଶୁତୋଷ ସ୍ୱାଇଁ, ନିରଞ୍ଜନ ତ୍ରୀପାଠି, ଶିକ୍ଷୟିତ୍ରୀ ସୁଜାତା କୁମାରୀ ପଣ୍ଡା, କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ଅବସରପ୍ରାପ୍ତ କର୍ମଚାରୀ ଭିକାରୀ ଚରଣ ସ୍ୱାଇଁ, ପୁରାତନ ଛାତ୍ର ସମୀର୍ କୁମାର ସ୍ୱାଇଁ, ରାଜକିଶୋର ବିଷୋୟୀ, ଶିଶିର କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ବିଦ୍ୟାଳୟର ମୋ ସ୍କୁଲ୍ କାର୍ଯ୍ୟକ୍ରମକୁ ସୁଦୂର ପ୍ରସାରୀ କରିବା ସହିତ ଏହାକୁ ଏକ ସାମାଜିକ କାର୍ଯ୍ୟକ୍ରମରେ ପରିଣତ କରିବା ସମ୍ପର୍କରେ ମତବ୍ୟକ୍ତ କରିଥିଲେ I ଏହି ଅବସରରେ ବିଦ୍ୟାଳୟର ଅବସରପ୍ରାପ୍ତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭିକାରୀ ଚରଣ ସ୍ଵାଇଁଙ୍କୁ ବିଦ୍ୟାଳୟ ପରିଚାଳନା ସମିତିର ସକ୍ରିୟ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା I ଶିକ୍ଷକ ଆଶୁତୋଷ ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I

Leave A Reply

Your email address will not be published.