ଜିଲ୍ଲା ଲେଖିକା ସଂସଦର 14 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

9


ଯାଜପୁର/16.11.2026 ଜିଲ୍ଲା ଲେଖିକା ସଂସଦର 14 ତମ ବାର୍ଷିକ ଉତ୍ସବ ତଗତ ରବିବାର ଦିନ ପୂର୍ବାହ୍ନ 10 ଘଟିକା ସମୟରେ ଜାରକା ସ୍ଥିତ ତ୍ରିନାଥେଶ୍ୱର ମନ୍ଦିରରେ ମହା ସମାରୋହରେ ପାଳନ ହୋଇଯାଇଛି, ସଂସଦର ସଭାପତି ହିରଣ୍ମୟୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ l ଅତିଥି ମାନେ ପ୍ରଦୀପ ପ୍ରଜ୍ଜଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ମୁଖ୍ୟ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଶ୍ରୀଯୁକ୍ତ ପିନାକୀ ମିଶ୍ର, ସମ୍ମାନିତ ଅତିଥିଭାବେ ଭାବେ ବାଲ ସାହିତ୍ୟ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଶିଶୁ ସାହିତ୍ୟିକ ରାଜକିଶୋର ପାଢ଼ୀ ଏବଂ ମୁଖ୍ୟବକ୍ତା ଭାବେ ବୈଜୟନ୍ତୀ ମାଳା ଶତପଥୀ,ଉତ୍କଳ ସାହିତ୍ୟ ସମାଜର ସଦସ୍ୟା ତଥା ଆସୋସିଏଟ ପ୍ରଫେସର ର୍ନିଆସେ କଟକ, ସେବା ନିବୃତ ଅଧ୍ୟକ୍ଷା DIET ଯୋଗ ଦେଇଥିଲେ l ସଂସଦର ସହ ସଂପାଦକ ସବିତା ମିଶ୍ର ଅତିଥି ମାନଙ୍କୁ ମଞ୍ଚ ନିମନ୍ତ୍ରଣ କରିବା ସହିତ ସ୍ୱାଗତ ଭାଷଣ ଦେଇଥିଲେ l ସଦସ୍ୟା ସନ୍ଧ୍ୟାରାଣୀ ମିଶ୍ର ଏବଂ ଲିପିକା ବେହେରା ମଞ୍ଚ ପରିଚାଳନା କରିଥିଲେ l ସଂସଦର ସଂପାଦିକା ବ୍ରଜେଶ୍ବରୀ ସିଂହ ସଂପାଦିକା ବିବରଣୀ ପାଠ କରିଥିଲେ l ସଦସ୍ୟା ମମତାମୟୀ ଦାଶ ଉପଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥିଲେ l ଓଡ଼ିଆ ସାହିତ୍ୟର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଅତିଥି ମାନେ ଆଲୋଚନା କରିଥିଲେ l ଏହି ଅବସରରେ ବାର୍ଷିକ ମୁଖ୍ୟପତ୍ର ” ପୂର୍ବରାଗ ” କୁ ଅତିଥିମାନେ ଉନ୍ମୋଚନ କରିଥିଲେ l ପତ୍ରିକାର ସମ୍ପାଦକୀୟ ବିବରଣୀ ପ୍ରୋମଦିନୀ ଦାସ ପଠନ କରିଥିଲା ବେଳେ ଗାୟତ୍ରୀ ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ l ପୂର୍ବତନ ସଭାପତି ଡ଼ ଲଳିତା ରାଉତଙ୍କ ସ୍ମୃତି ଉଦେଶ୍ୟରେ ଅତିଥିମାନଙ୍କୁ ଡ଼ ଲଳିତା ରାଉତ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା l ସଂସଦ ସମ୍ମାନରେ ସମ୍ମାନିତ ହୋଇଥିଲେ, ସଦସ୍ୟା ପଦ୍ମଜା ଶରଣ, ମିରିନା ମହାନ୍ତି, ଗାୟତ୍ରୀ ନାୟକ, ଧରିତ୍ରୀ ଦାସ l ଉକ୍ତ ସମାରୋହରେ ଯୋଗ ଦେଇଥିଲେ ନୀଳିମା ମହାନ୍ତି, ସନ୍ଧ୍ୟାରାଣୀ ଘଡେଇ, ହେମଲତା ଜେନା, ପ୍ରମିଳା ପ୍ରତାପ , ଅଶାନ୍ତି ସାମଲ, ପ୍ରତିଭା ପାତ୍ର, ଲବଙ୍ଗଲତା ପରିଡା, ମୋନାଲିସା ସିଂହ, ବିଜୟାଲକ୍ଷ୍ମୀ ମହାପାତ୍ର , ସୀମା ମିଶ୍ର, ଜୟନ୍ତୀ ଜେନା, ମଧୁସ୍ମିତା ନାୟକ, ତୃପ୍ତିମୟୀ ନାୟକ, ଅଙ୍କିତା ଜେନା, ପ୍ରଶାନ୍ତ କୁମାର ସ୍ୱାଇଁ,ନବଘନ ସ୍ୱାଇଁ , ଜିତେନ୍ଦ୍ର ବେହେରା, ଅଖିଳ ସ୍ୱାଇଁ, ଗୋକର୍ଣ୍ଣିକାର ସଂପାଦକ ରମାକାନ୍ତ ଜେନା, ମନୋଜ ନାଥ, ପ୍ରଭାତ ମଲ୍ଲିକ, ମଦନ ମୋହନ ବେହେରା ଇତ୍ୟାଦି ବହୁ ସାରସ୍ୱତ ସାଧକ, ସାଧିକା ଯୋଗ ଦେଇଥିଲେ l ଧନ୍ୟବାଦ ଦେଇଥିଲେ ଲବଙ୍ଗଲତା ପରିଡା

Leave A Reply

Your email address will not be published.