ଉତ୍ତର ଘୁମୁସର ରେ ୭୯ ତମ ବନ୍ୟ ପ୍ରାଣୀ ସପ୍ତାହ ପାଳନ

0

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଉତ୍ତର ଘୁମୁସର ବନଖଣ୍ଡ ଅଧିନସ୍ଥ ତାରାସିଙ୍ଗି ବନାଞ୍ଚଳର ବନ ବିଶ୍ରାମଗାର ଠାରେ ୭୯ତମ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇଛି I

ଏଥିରେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଶ୍ରୀ ସୁଦର୍ଶନ ବେହେରା ସଭାପତିତ୍ବ କରିଥିଲାବେଳେ ସମାଜ ସେବୀ ଶୁଳପାଣି ଶତପଥୀ, ଅବସପ୍ରାପ୍ତ ରେଞ୍ଜ୍ ଅଫସର ଅନୁପମ ବାନାର୍ଜୀ, ବିଦ୍ୟାଧର ଜାନୀ, ଗାଲେରୀ ରେଞ୍ଜର ଆସାଲତା ଦିଗାଲ, ଜଗନ୍ନାଥପ୍ରସାଦ ରେଞ୍ଜର ସୁଜାତା ରାଣୀ ପଣ୍ଡା ଉପସ୍ଥିତ ଥିଲେ I ତାରାସିଙ୍ଗି ରେଞ୍ଜର କୃତିବାସ କୁମାର ସମସ୍ତ ମଞ୍ଚା ସିନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ I ଏଥିରେ ସମସ୍ତ ବନରଖି,ବନପାଳ, ସ୍କ୍ୱାର୍ଡ ପରସନଙ୍କ ସହିତ ୨୬ଗୋଟି ବନ ସୁରକ୍ଷା ସମିତିର କର୍ମକର୍ତ୍ତା ଯଥା- ସଭାପତି, କୋଷାଧ୍ୟକ୍ଷ ଏବମ ସମସ୍ତ ଆନିମେଟର ଯୋଗଦେଇଥିଲେ I ସ୍ଥାନୀୟ “ତେଜସ୍ଵିନୀ ସ୍ବେଛସେବୀ ଅନୁଷ୍ଠାନର” ନିର୍ଦ୍ଦେଶିକା ଜ୍ୟୋତି ସିଂ ମଧ୍ଯ ଯୋଗ ଦେଇଥିଲେ I ସମ୍ପ୍ରତି, ବନ୍ୟପ୍ରାଣୀ ମାନଙ୍କର ଜୀବନ ଅତି ସଙ୍କଟାପର୍ଣ୍ଣ ପରିସ୍ଥିତିରେ ଗତି କରୁଥିବାରୁ ଏହାର ସ୍ଥାୟୀ ସମାଧାନ ନିମନ୍ତେ ସ୍ଥାନୀୟ ଜନସାଧାରଣ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି I ଆଜି କାଲି ବନ୍ୟ ପ୍ରାଣୀ ଓ ମଣିଷ ମାନଙ୍କ ମଧ୍ୟରେ ଲଢେଇ ଅହରହ ଲାଗି ରହିବା ଯୋଗୁଁ ବହୁ ମୂଲ୍ୟବାନ ଧନ ଜୀବନ ନଷ୍ଟ ହେବାରେ ଲାଗିଛି I ଏହାର ସ୍ଥାୟୀ ସମାଧାନ ନିମନ୍ତେ ବ୍ୟାପକ ଜନ ସଚେତନତାର ଆବଶ୍ୟକତା ଥିବାର ଅତିଥିମାନେ କହିଥିଲେ I ଜଙ୍ଗଲ ଘଞ୍ଚ ହେଲେ ବନ୍ୟ ଜୀବଜନ୍ତୁ ମାନେ ଜଙ୍ଗଲରେ ହିଁ ରହିବେ ଆଉ ଗାଁ କୁ ଆସି ଫସଲ ନଷ୍ଟ କରିବେ ନାହିଁ I ଏଥି ନିମନ୍ତେ ସେମାନଙ୍କର ସୁରକ୍ଷିତ ବାସ ସ୍ଥଳି, ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା ଯଦି କରାଯାଇ ପାରନ୍ତା ତେବେ ସେମାନେ ଗାଁ ମୁଖା ନ ହୋଇ ଜଙ୍ଗଲ ଭିତରେ ହିଁ ରହି ପାରନ୍ତେ I କିଛି ସ୍ଥାନୀୟ ଅଧିବାସୀମାନଙ୍କ ଠାରୁ ଜଣାପଡିଛି ଯେ, ଆଗାମି କିଛି ଦିନ ମଧ୍ୟରେ ଧାନ ଫସଲ ଖାଇବାକୁ ହାତୀ ଓ ଜଙ୍ଗଲି ବରାହ ମାନେ ଧୀରେ ଧୀରେ ଗାଁ ଆଖ ପାଖକୁ ଆସିଗଲାଣି ଏମାନେ ଯଦି ଧାନ ଫସଲ ନଷ୍ଟ କରନ୍ତି ତେବେ ବନବିଭାଗ ତରଫରୁ ଉଚିତ୍ କ୍ଷତି ପୂରଣ ପ୍ରଦାନର ବ୍ୟବସ୍ଥା ମଧ୍ଯ ରହିଛି I ନିର୍ଭୁଲ ତଥ୍ୟ ସହିତ ଆବଶ୍ୟକୀୟ କାଗଜ ପତ୍ର ନେଇ ନିକଟସ୍ଥ ଜନସେବା କେନ୍ଦ୍ରରେ ଆବେଦନ କରିବାକୁ କୁହାଯାଇଥିଲା ଏହାସହିତ ଜଙ୍ଗଲ ଭିତରେ ଜଳାଶ୍ରୟ ଖନନ କଲେ ବନ୍ୟ ଜନ୍ତୁମାନେ ସୁବିଧାରେ ପାଣି ପିଇ ପାରିବେ ବୋଲି କିଛି vss ର କର୍ମକର୍ତ୍ତା କହିଥିଲେ I ମାଙ୍କଡ ମାନଙ୍କ ଉପଦ୍ରବରୁ ଫସଲକୁ ସୁରକ୍ଷାକରିବା ପାଇଁ ସୌର ତାର ବାଡ ନିର୍ମାଣ ନିମନ୍ତେ ମଧ୍ଯ ଆଲୋଚନା ହେଲା I ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ମାଧ୍ୟମରେ ଏକଭିମୁଖୀ କାର୍ଯ୍ୟକ୍ରମ ମାଧ୍ୟମରେ ଛେଳି ପାଳନ, କୁକୁଡ଼ା ପାଳନ, ବତକ ପାଳନ, ମାଛ ଚାଷ କରି ସ୍ଥାନୀୟ ଅଞ୍ଚଳରେ ମାଂସର ଚାହିଦା ମେଣ୍ଟାଇବାକୁ ଅନୁରୋଧ କରାଯାଇଥିଲା ଏହା ଦ୍ବାରା ଜଙ୍ଗଲ ଜନ୍ତୁ ମାନଙ୍କ ଉପରେ ଆଉ ଚାପ ରହିବ ନାହିଁ ବୋଲି ବୁଦ୍ଧିଜୀବୀ ମାନେ କହିଥିଲେ I ପ୍ରତ୍ୟେକ vss କୁ ୨ ଲକ୍ଷ ଟଙ୍କାର ଆବର୍ତ୍ତନ ପାଣ୍ଠି ପ୍ରଦାନର ବ୍ୟବସ୍ଥା କରାଯାଇଛି I ଏହାର ସଦୁପଯୋଗ କରି SHG ମାନଙ୍କୁ ବିଭିନ୍ନ ବ୍ୟବସାୟ ମାଧ୍ୟମରେ ସ୍ଵରୋଜଗାର କ୍ଷମ ହେବାପାଇଁ ମଧ୍ୟ କୁହାଯାଇଥିଲା I ବିଭିନ୍ନ ବନ୍ୟ ଜୀବଜନ୍ତୁ ସମ୍ପର୍କିତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କରାଯାଇ ସମସ୍ତଙ୍କୁ ଉତ୍ସIହିତ କରାଯାଇ ଛୋଟ ଛୋଟ ପୁରସ୍କାର ପ୍ରଦାନ କରାଯାଇଥିଲା I ସଂଯୋଜକ ରାମଚନ୍ଦ୍ର ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ ବନପାଳ କଳା ବଦନ ଦାସ ଧନ୍ୟ ବାଦ୍ ପ୍ରଦାନ କରିଥିଲେ I

Leave A Reply

Your email address will not be published.