ଭଞ୍ଜନଗରରେ ସାମ୍ବାଦିକ ଅନୁଷ୍ଠାନ ତରଫରୁ ନିରାଡାମ୍ବର ଭାବରେ ଜାତୀୟ ପ୍ରେସ୍ ଦିବସ ପାଳନ

11

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ନିକଟରେ ଅର୍ଣ୍ଣବ ବାତ୍ୟା ଓ ତାର ପ୍ରଭାବରୁ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଭଞ୍ଜନଗର ବ୍ଳକ୍ ଅନ୍ତର୍ଗତ ଗିଡିପାବାଲି ଗାଁ ଭୂଗୋଳ ରୁ ଲିଭିଗଲା। ୧୩ ଟି ନିଷ୍ଠାପ ଜୀବନ ମାଟି ତଳେ ଦବିଗଲେ ଚିରଦିନ ପାଇଁ। ଅନେକ ଲୋକ ବାସହରା ହୋଇଗଲେ,ଏବେବି ଅନେକ ପରିବାର ଅଣ୍ଟା ସଳଖି ଠିଆ ହୋଇ ପାରିନାହାଁନ୍ତି। ସେଥିମଧ୍ୟରୁ ବାଉଁଶଲୁଣ୍ଡି ଗ୍ରାମ ବନ୍ୟା ପ୍ରଭାବିତ ୧୭ ପରିବାର ଏବେବି ଅସ୍ଥାୟୀ ଆଶ୍ରୟସ୍ଥଳରେ ଅଛନ୍ତି। ଏଣୁ ଏଭଳି ଏକ ଦୁଃଖ ଦୁର୍ବିପାକ ସମୟରେ ଜାତୀୟ ପ୍ରେସ ଦିବସ ପାଳିତ ହେଉଥିବାରୁ ଭଞ୍ଜନଗର ର ଅଗ୍ରଣୀ ପଞ୍ଜିକୃତ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ଅନୁଷ୍ଠାନ , ଏହି ଉତ୍ସବ କୁ ନିରାଡମ୍ବର ଭାବେ ପାଳନ କରିଛି। ସୋମବାର ସ୍ଥାନୀୟ କୁରୁମ ପେଣ୍ଠ ସମାଜ ସଭା ଗୃହରେ ଜାତୀୟ ପ୍ରେସ୍ ଦିବସ ପାଳନ ହୋଇଛି। ଏଥିରେ ସଭାପତି ପୁରୁଷୋତ୍ତମ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ,ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ, ଏକ ଖବର ଚ୍ୟାନେଲ୍ ର ସମ୍ପାଦକ ଅଶ୍ୱିନୀ କୁମାର ସାହୁ, ସହ ସମ୍ପାଦକ ଅଖିଳ କୁମାର ପଟ୍ଟନାୟକ ଯୋଗଦେଇଥିଲେ। ଏଥିରେ ଅନୁଷ୍ଠାନ ତରଫରୁ ଅତିଥି ମାନଙ୍କୁ ଉପଢୌକନ ,ପୁଷ୍ପଗୁଚ୍ଛ ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା।ଅନୁଷ୍ଠାନ ର କାର୍ଯ୍ୟକାରୀ ସଭାପତି ତଥା ଜଣାଶୁଣା ଆଇନଜୀବୀ ଦଣ୍ଡପାଣି ପ୍ରଧାନ, ଉପଦେଷ୍ଟା ତଥା ଭଞ୍ଜନଗର ଓକିଲ ସଂଘର ସମ୍ପାଦକ ଧୀରେନ ସ୍ୱାଇଁ, ସଂସ୍ଥାପକ ତଥା ଓକିଲ ସଂଜୀବ ପାତ୍ର, ଉପସଭାପତି ତଥା ଵହୁ ପୁରୁଖା ସମ୍ବାଦିକ ହରି ସିଂହ, କୋଷାଧ୍ୟକ୍ଷ ତ୍ରିଲୋଚନ ଜେନା, ସହ ସମ୍ପାଦିକା ମାନିନୀ ସ୍ୱାଇଁ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ। ଏବଂ ଆଜିର ଏହି କାର୍ଯ୍ୟକ୍ରମରେ ଏହି ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ଅନୁଷ୍ଠାନ ର ସମ୍ପାଦକ ଉଦୟନାଥ ପଣ୍ଡା କୈ।ଣସି କାରଣ ବଶତଃ ଏହି ଉତ୍ସବ ରେ ଯୋଗଦାନ କରିନଥିବା ଜଣାଯାଇଛି। ଏଥି ସହିତ ଅନୁଷ୍ଠାନ ର ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ,ତ୍ରିରଙ୍ଗା ମିଡ଼ିଆ ସୋସିଆଲ ଅର୍ଗାନାଇଜେସନ ଗତ ତିନି ମାସ ମଧ୍ୟରେ ଅନେକ ଗୁଡିଏ ଜନମଙ୍ଗଲ କାର୍ଯ୍ୟକ୍ରମ କରିବା ସହ ବନ୍ୟା ପୀଡିତ ତିନି ହଜାର ରୁ ଉର୍ଦ୍ଧ୍ବ ପରିବାରକୁ ରିଲିଫ ଯୋଗାଇ ଥିଲେ।ଗୋଟାଏ ସାମାଜିକ ଅନୁଷ୍ଠାନ ହିସାବରେ ବିଗତ ଦିନ ମାନଙ୍କରେ ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା କ୍ୟାମ୍ପ, ନେପାଳ ଭୁସ୍ଖଳନ ମୃତାହତ ଙ୍କୁ ଶ୍ରଦ୍ଧାଞ୍ଜଳି, ଘୁମୁସର ଦିବସ ପାଳନ, ଗୋ ରକ୍ଷା ଭଳି ଅନେକ କାର୍ଯ୍ୟକ୍ରମ କରିଥିଲେ। ଆଜିର ଏହି ପ୍ରେସ ଦିବସରେ ବନ୍ୟା ସମୟରେ ରିଲିଫ ଯୋଗାଇ ଥିବା ଉକ୍ତ ଅନୁଷ୍ଠାନ ର ମହିଳା ସହଯୋଗୀ ମାନଙ୍କୁ ସମ୍ମାନିତ କରାଯାଇ ଥିବା ବେଳେ ନୂତନ ସଦସ୍ୟତା ଗ୍ରହଣ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ଓ ଘୁମୁସର ଅଞ୍ଚଳରେ ଥିବା ବହୁ ସମାଜସେବୀ, କଳାକାର ଏବଂ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଙ୍କୁ ଏଥିରେ ସମ୍ମାନିତ କରାଯାଇଛି।
ସୂଚନାଯୋଗ୍ୟ ଯେ ବନ୍ୟାରେ ପ୍ରପୀଡ଼ିତ ବ୍ୟକ୍ତି ବିଶେଷ ମୃତାହତ ବ୍ୟକ୍ତିଙ୍କୁ ସମ୍ମାନ ଜଣାଇ ଜାତୀୟ ପ୍ରେସ ଦିବସ କୁ ତ୍ରିରଙ୍ଗା ମିଡ଼ିଆ ଓ ସୋସିଆଲ ଅର୍ଗାନାଇଜେସନ ନିରାଡ଼ମ୍ବର ଭାବେ ପାଳନ କରି,ନିଜ ଅନୁଷ୍ଠାନ ର ଗୁରୁତ୍ଵ କୁ ସମସ୍ତ ଙ୍କ ଆଗରେ ପ୍ରତିପାଦିତ ହୋଇ ଜନସାଧାରଣ ଙ୍କ ପାଖରେ ପ୍ରଶଂସନୀୟ ହୋଇପାରିଛି। ସେହିପରି ଭଞ୍ଜନଗର ପ୍ରେସ୍ କ୍ଳବ୍ ମଧ୍ୟ ଅତି ସୁନ୍ଦର ଓ ନିରାଡାମ୍ବର ଭାବରେ ଜାତୀୟ ସାମ୍ବାଦିକ ଦିବସ ପାଳନ କରିବା ସହିତ, କବି ସମ୍ରାଟ ମିଡ଼ିଆ କ୍ଲବ୍ ର ସଦସ୍ୟ ମାନେ ଏହି ଉତ୍ସବ କୁ ଦୁଇ ଦିନ ଧରି ପାଳନ କରିବା କଥା ଶୁଣାଯାଇଛି।

Leave A Reply

Your email address will not be published.