ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଆଜି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ଆସିକା ଲୋକସଭା ସାଂସଦ ପ୍ରମିଳା ବିଷୋୟୀ ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ପଞ୍ଚାୟତରେ ଆଜି ପଦଯାତ୍ରାରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଶୁଭ ଦେଇଥିବା ବେଳେ ନବୀନ ସରକାରଙ୍କର ଗୁଣଗାନ କରିଥିଲେ I ଆଜି ପ୍ରଥମେ ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ଠାରୁ ସାଂସଦ ପ୍ରମିଳା ବିଷୋୟୀଙ୍କ ଦ୍ୱାରା ପଦଯାତ୍ରା ଉଦ୍ଘାଟିତ ହୋଇଥିଲା I ଏହି ପଦଯାତ୍ରାରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ମୁଖ୍ୟ ବକ୍ତାରୂପେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୋଗଦେଇଥିଲେ I ଏହି ପଦଯାତ୍ରା ପାଇଲିପଡ଼ା ଠାରୁ କଣ୍ଟାସାହି,ଧାନପୁଞ୍ଜା,ଉସ୍ତପଲ୍ଲୀ, ବାରଟା ଦେଇ କେ. ନୂଆଁଗଡ଼ ଠାରେ ପହଞ୍ଚିଥିଲା I କେ. ନୂଆଁଗଡ଼ ସ୍ଥିତ ମାଆ ଦୂର୍ଗାଦେବୀ ମନ୍ଦିର ଠାରେ ଏକ ସଧାରଣ ସଭାର ଆୟୋଜନ ହୋଇଥିଲା I ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବ୍ଳକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ବ୍ଳକ୍ ବିଜେଡ଼ି ସଭାପତି ତଥା ବଡବୋର୍ସିଂ ସରପଞ୍ଚ ରାମେଶ୍ୱର ପାତ୍ର,ସୋରଡା ନିର୍ବାଚନ ମଣ୍ଡଳୀ ଯୁବ ବିଜେଡ଼ି ସଭାପତି ତଥା ବେଣୀପଲ୍ଲୀ ସରପଞ୍ଚ ଦୂର୍ଗାମାଧବ ନାୟକ, ପାଇଲିପଡ଼ା ସରପଞ୍ଚ ଜୟରାମ ନାୟକ,ସାଂସଦ ପ୍ରତିନିଧି ସନ୍ତୋଷ ସ୍ୱାଇଁ, 47 ନମ୍ବର୍ ଜୋନ୍ ବିଜେଡ଼ି ସଭାପତି ପ୍ରଦ୍ୟୁମ୍ନ ପାତ୍ର, 48 ନମ୍ବର୍ ଜୋନ୍ ଜିଲ୍ଲାପରିଷଦ ପ୍ରାର୍ଥୀ ପଞ୍ଚାନନ ନାୟକ, 49 ନମ୍ବର୍ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ବିଦ୍ୟାଧର ବିଷୋୟୀ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରଙ୍କନିଧି ସାହୁ, ଯୁବ ବିଜେଡ଼ି ସଭାପତି ଶିବରାମ ରାଉତ, ଓ ରଞ୍ଜିତ ରାଉତଙ୍କ ସମେତ ବିଭିନ୍ନ ପଂଚାୟତରୁ ସରପଞ୍ଚ, ସମିତିସଭ୍ୟ ଏବଂ ଦଳୀୟ କର୍ମୀ ଯୋଗ ଦେଇଥିଲେ I ଏହି ଅବସରରେ ଆଜି କେ.ନୂଆଁଗଡ଼ ଠାରେ ବିଧାୟକ ଏବଂ ସାଂସଦ ମିଶନ୍ ଶକ୍ତି ଗୃହକୁ ଉଦ୍ଘାଟନ କରିଥିବା ବେଳେ କେ.ନୂଆଁଗଡ଼ ନୋଡ଼ାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୁଇଟି ନୂତନ ଶ୍ରେଣୀ ଗୃହକୁ ଉଦ୍ଘାଟନ କରିଥିଲେ I ସେହିପରି କେ.ନୂଆଁଗଡ଼ ଏବଂ ଯାତ୍ରାଶୁଣି ମଝିରେ ବଡ଼ନଦୀ ଉପରେ ତେର କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ପୋଲକୁ ବିଧାୟକ ଶୁଭ ଦେଇଥିଲେ I ପ୍ରକାଶ ଥାଉକି ଏହି ପୋଲ ନିର୍ମାଣ ଦ୍ୱାରା ବେଲଗୁଣ୍ଠା ବ୍ଳକ ଖାଇରପୁଟି ଗାଙ୍ଗପୁର,ଶାସନ,ପାଇଲିପଡ଼ା,ବଙ୍କା, ଆମ୍ବପୁଆ, ମଙ୍ଗଳପୁର ପଂଚାୟତର ଜନ ସାଧାରଣ ଉପକୃତ ହେବେ I ତେଣୁ ପୋଲ ଶୁଭ ଦିଆଯିବା ପରେ ଏହି ସାତ ପଂଚାୟତ ବାସୀ ଖୁସି ପ୍ରକଟ କରିଛନ୍ତି I ବିଶେଷ କରି ଖଇରପୁଟି, ଗାଙ୍ଗପୁର,ଶାସନ, ପାଇଲିପଡ଼ା ପଂଚାୟତର ଜନ ସାଧାରଣଙ୍କୁ ବେଲଗୁଣ୍ଠା ଯିବା ପାଇଁ ତିରିଶ୍ କିଲୋମିଟର ବଦଳରେ ମାତ୍ର ଆଠରୁ ଦଶ କିମି ମଧ୍ୟରେ ପହଞ୍ଚି ପାରିବେ I ଏହି ପୋଲ ନିର୍ମାଣ ପାଇଁ ଦୁଇ ବର୍ଷ ସମୟ ନିର୍ଦ୍ଧାରଣ କରାଯାଇଥିବା ବେଳେ ସୁପର୍ କ୍ଲାସ୍ କଣ୍ଟ୍ରାକ୍ଟର ସାରଥୀ ସ୍ୱାଇଁ ଏହାର କାର୍ଯ୍ୟାଦେଶ ପାଇଛନ୍ତି I ଗ୍ରାମ୍ୟ ଉନାୟନ ସହକାରୀ ଯନ୍ତ୍ରୀ ସୁଶାନ୍ତ ମହାପାତ୍ର ଉପସ୍ଥିତ ଥିଲେ ।ସେହିପରି କଣ୍ଟାସାହିର ଗୋଷ୍ଠୀ କେନ୍ଦ୍ର ଉଦ୍ଘାଟନ ହୋଇଥିବା ବେଳେ ଉସ୍ତପଲୀ ହନୁମାନ ମନ୍ଦିରର ଉନ୍ନତିକରଣ ପାଇଁ ଶୁଭ ଦିଆଯାଇଥିଲା I ବାରଟା ଏବଂ କେ. ନୂଆଁଗଡ଼ ଗ୍ରାମରେ ବାଣାୟତ ଓଡ଼ିଆ ସମାଜ ଗୃହ ପାଇଁ ବିଧାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା I ଏହି ଅବସରରେ ଆଜି ବାରଟା ଗ୍ରାମର ଆଠ ନମ୍ବର୍ ୱାର୍ଡ୍ ର ୱାର୍ଡ୍ ସଭ୍ୟ ସତ୍ୟ ରାଉତ ଏବଂ ନଅ ନମ୍ବର୍ ୱାର୍ଡ୍ ର ୱାର୍ଡ୍ ସଭ୍ୟ ଲକ୍ଷ୍ମୀ ଲେଙ୍କା ନିଜର ସମର୍ଥକଙ୍କ ସହିତ ବିଜେଡିରେ ଯୋଗଦେଇଥିଲେ ଏବଂ ବିଧାୟକ ସେମାନଙ୍କୁ ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ୱାଗତ କରିଥିଲେ I ଖୁବ୍ କମ୍ ଦିନ ମଧ୍ୟରେ 5T ସଚିବ 60000 ଅଭିଯୋଗ ଶୁଣାଣି କରି 50000 ଅଭିଯୋଗର ସମାଧାନ କରିସାରିଥିବା ବେଳେ ଅନ୍ୟ ଦଶ ହଜାର ଅଭିଯୋଗର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ବିଧାୟକ ଶ୍ରୀ ସ୍ଵାଇଁ ପ୍ରକାଶ କରିଥିଲେ I ଆଗାମୀ ଦିନରେ ମଧ୍ୟ ବିରୋଧୀ ଦଳଙ୍କ ଶୁଖିଲା ବାହାସ୍ପୋଟକୁ ଖାତିର ନକରି ବିଜେଡ଼ି ପୁନଶ୍ଚ ସଂଖ୍ୟା ଗରିଷ୍ଠ ଦଳ ଭାବେ ସରକାର ଗଠନ କରିବା ସହିତ ବିରୋଧୀ ଦୁଇ ଅଙ୍କ ଛୁଇଁ ପାରିବେ ନାହିଁ ବୋଲି ବିଧାୟକ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ I
Sign in
Sign in
Recover your password.
A password will be e-mailed to you.