ବେଲଗୁଣ୍ଠା, ୧୬/୧୧:-:(ଶିବରାମ ଚୌଧୁରୀ )-:ବେଲଗୁଣ୍ଠା ବଣିକ ସଂଘ ପକ୍ଷରୁ ସ୍ଥାନୀୟ ବଣିକ ସଂଘ କାର୍ଯ୍ୟାଳୟଠାରେ ଜାତୀୟ ପ୍ରେସ୍ ଦିବସ ଉତ୍ସାହ ଓ ଆଡ଼ମ୍ବରରେ ପାଳିତ ହୋଇଯାଇଛି। ବେଲଗୁଣ୍ଠା ବଣିକ ସଂଘ ସଭାପତି ସିଏଚ୍ ସନତ କୁମାର ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ବେଲଗୁଣ୍ଠା ପ୍ରେସ କ୍ଲବ ସମେତ ଅଞ୍ଚଳର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା।ସମାରୋହରେ ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ,ସମାଜରେ ସୁଧାର ଆଣିବା ପାଇଁ ସାମ୍ବାଦିକଙ୍କ କଲମ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର। ସମାଜର ଗରିବ, ଉପେକ୍ଷିତ ଓ ନିଷ୍ପେଷିତ ଲୋକଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବାରେ ସାମ୍ବାଦିକଙ୍କ ଭୂମିକା ଅତୁଳନୀୟ। ସାମ୍ବାଦିକମାନେ ସର୍ବଦା ନିର୍ଭୀକ ଓ ନିରପେକ୍ଷ ରହି ସତ୍ୟ ଖବର ପରିବେଷଣ କରିବା ଉଚିତ। ଜନସାଧାରଣଙ୍କ ସ୍ୱର ହୋଇ ଅନ୍ୟାୟ, ଅବ୍ୟବସ୍ଥା ଓ ସାମାଜିକ ସମସ୍ୟା ବିରୋଧରେ କଲମ ଚାଳନା କରିବା ସାମ୍ବାଦିକତାର ପ୍ରକୃତ ଧର୍ମ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଭାବେ ସମ୍ପାଦକ ସୁଦାମ ତ୍ରିପାଠୀ, ଉପସଭାପତି ପ୍ରସନ୍ନ ସରlବ, ସହ ସମ୍ପାଦକ ସୁରେଶ ସାହୁ, କୋଷାଧକ୍ଷ ଗୁଣ୍ଡିଚା ପ୍ରସାଦ ବେହେରା, ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ ଓ ପୁର୍ବତନ ସମ୍ପାଦକ କୈଳାସ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ କୁମାର ସାହୁ ଙ୍କ ସମେତ ବରିଷ୍ଠ ସାମ୍ବାଦିକ ସୁରେଶ ସୁବୁଦ୍ଧି, ପ୍ରଦୀପ କୁମାର ଚୌଧୁରୀ, ଏ ମନୋଜ କୁମାର ପାତ୍ର , ସରୋଜ ଶତପଥୀ, ଶୁଶାନ୍ତ ବେହେରା, ଯୁବ ସାମ୍ବାଦିକ ଶିବରାମ ଚୌଧୁରୀ, ନାରାୟଣ ପଣ୍ଡା, ତୋଫାନ କୁମାର ସାହୁ, ବିଭୂପାଦ ଜେନା ଓ ସତ୍ୟଜିତ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ।ଏଥିସହ ବହୁ ପୋଲିସ ଓ ପ୍ରଶାସନିକ ଅଧିକାରୀ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ର ସଦସ୍ୟମାନଙ୍କୁ ଜାତୀୟ ପ୍ରେସ୍ ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଡ. ଦୀପକ କୁମାର ମିଶ୍ର, ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରା, ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନ ଓ ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା ଏହି ଅବସରରେ ଅଭିନନ୍ଦନ ଜଣାଇଥିଲେ।
ସେହିପରି ବେଲଗୁଣ୍ଠା ବ୍ଲକ୍ର ପୂର୍ବତନ ବିଡିଓ ଶଶି ଭୂଷଣ ମହାପାତ୍ର, ପୂର୍ବତନ ବିଡିଓ ତଥା ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ସରୋଜ କୁମାର ବେହେରା, ପୂର୍ବତନ ଗାଙ୍ଗପୁର ଥାନା ଅଧିକାରୀ ତଥା ବର୍ତ୍ତମାନର ଅତିରିକ୍ତ ଏସ୍ପି ଅଶ୍ୱିନୀ କୁମାର ସାହୁ, ପୂର୍ବତନ ଥାନା ଅଧିକାରୀ ତଥା ବର୍ତ୍ତମାନ ବିଧାନସଭା ଡିଏସ୍ପି ରଘୁନାଥ ପ୍ରସାଦ ନାୟକ, ପୂର୍ବତନ ଥାନା ଅଧିକାରୀ ତଥା ବର୍ତ୍ତମାନ ନୟାଗଡ଼ ଡିଏସ୍ପି ନିହାର ରଞ୍ଜନ ମହାନ୍ତି, ପୂର୍ବତନ ଥାନା ଅଧିକାରୀ ତଥା ବର୍ତ୍ତମାନ ଅନଗୁଳ ଜିଲ୍ଲାରେ କାଯ୍ୟରତ ଧିରେଶ କୁମାର ଦାସ, କଟକ ଏ ସିପି ସତ୍ୟରଞ୍ଜନ ପ୍ରଧାନ,ଆଇ ଆଇ ସି ଶୁଭେନ୍ଦୁ ସାହୁ, ଶୁଭ୍ରଜିତ୍ ସାମନ୍ତରାୟ, ପୁର୍ବତନ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ, ସବ୍ୟସାଚୀ ମଲ୍ଲ ଓ ଦୀପ୍ତିରଞ୍ଜନ ବେହେରାଙ୍କ ସମେତ ବହୁ ଅଧିକାରୀ ବେଲଗୁଣ୍ଠା ପ୍ରେସକ୍ଲବ୍ ଠାରୁ ପାଇଥିବା ସହଯୋଗ ପାଇଁ ମୋବାଇଲ୍ ବାର୍ତ୍ତା ମାଧ୍ୟମରେ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ର ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଥିବା ପ୍ରେସକ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର ପ୍ରକାଶ କରିଛନ୍ତି। ବେଲଗୁଣ୍ଠା ପ୍ରେସ୍ କ୍ଲବ୍କୁ ବିଭିନ୍ନ ସ୍ତରରୁ ମିଳିଥିବା ଏହି ଶୁଭେଚ୍ଛା, ସହଯୋଗ ଓ ଭଲପାଇବା ପାଇଁ ପ୍ରେସ୍ କ୍ଲବ୍ର ସଭାପତି ପ୍ରଦ୍ୟୁମ୍ନ ପାତ୍ର ସମସ୍ତ ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କ ସମେତ ଶୁଭେଚ୍ଛୁମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.