ବାଣପୁର: ବାଣପୁର:(ସେକ୍ କୌସର):ବାଣପୁର ବ୍ଲକ ଅନ୍ତର୍ଗତ ବାନାମ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ଭୀମପୁର କ୍ଲଷ୍ଟରରେ ନିପୁଣ ବିଦ୍ୟାଳୟ କପିଳ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ କୁନି କୁନି ପିଲାଙ୍କୁ ନେଇ ବିଜ୍ଞାନ ମେଳା ଆୟୋଜନ ହୋଇଥିଲା। ଏଥିର ବାଣପୁର ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କ ତତ୍ତ୍ଵାବଧାନରେ, ସିଆରସିସି ଶ୍ରୀ ପ୍ରମୋଦ କୁମାର ପାତ୍ର ଉକ୍ତ ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୨୦ ଉର୍ଦ୍ଧ ପ୍ରତିଯୋଗୀ ନିଜ ନିଜର ପ୍ରକଳ୍ପ ଗୁଡିକ ପ୍ରଦର୍ଶନ କରିଥିଲେ। ଏହି ପ୍ରକଳ୍ପ ଗୁଡିକ ମଧ୍ୟରୁ ୩ ପ୍ରକଳ୍ପ କୁ ମନୋନୀତ କରାଯାଇଥିଲା। ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ କୁ ବ୍ଲକ ସ୍ତରୀୟପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ ମନୋନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା ତ୍ରିପାଠୀ ଓ ସହକାରୀ ଶିକ୍ଷୟିତ୍ରୀ ଚିତ୍ରମାଳା ସେଠି ସମେତ ବିଦ୍ୟାଳୟ ପରିଚାଳନା କମିଟି ସହଯୋଗ କରିଥିଲେ।