କୁଡୁମୀ ସେନା ପକ୍ଷରୁ ପାଳିତ ହେଲା ନବମ ବାର୍ଷିକ ବାନ୍ଦନା ପରବ ଭେଟଘାଟ।।

11

ମୟୁରଭଞ୍ଜ ରୁ ଦିପୁ ମହାପାତ୍ର : ସାରସକଣା ବଡଚାଟରା ପଡିଆ (ଧାନଘେରି )ଠାରେ ଗତ ୧୫ ନଭେମ୍ବର ରବିବାର ଦିନ କୁଡୁମୀ ସେନା ସାରସକଣା ବ୍ଲକ ପକ୍ଷରୁ କୁଡୁମୀ ଜାତି ର ସଂସ୍କୃତି ଓ ପରମ୍ପରା ବଞ୍ଚାଅ ଅଭିଯାନ ନବମ ବାର୍ଷିକ ବାନ୍ଦନା ପରବ ଭେଟଘାଟ ମହା ଆଡମ୍ବରରେ ପାଳିତ ହୋଇଛି। ଏଥିରେ ଓଡ଼ିଶା, ଝାରଖଣ୍ଡ, ପଶ୍ଚିମବଙ୍ଗ, ବିହାରଓ ଉତ୍ତରପ୍ରଦେଶ ରାଜ୍ୟରୁ ବରିଷ୍ଠ ନେତା ଏବଂ କୁଡୁମୀ ଜାତିର ଆନ୍ଦୋଳନକାରୀ ଯୋଗ ଦେଇଥିଲେ।
ସକାଳୁ ଗୋରୁ ବନ୍ଦନା ଓ ପାରମ୍ପରିକ ରୀତିନୀତି ସହ ପରବ ଆରମ୍ଭ ହୋଇଥିଲା। ଏହା ପରେ ଦିନ ତମାମ ବାନ୍ଦନା ନୃତ୍ୟ, ଛଉ ନୃତ୍ୟ, କୁଡୁମାଳୀ ଲୋକଗୀତ ଓ ଢୋଲ-ମାଦଳ ର ତାଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ମହିଳା ମାନେ ପାରମ୍ପରିକ ବେଶରେ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଏହି ଅବସରରେ କୁଡୁମୀ ଜାତିର ଇତିହାସ, ଭାଷା ଓ ଭବିଷ୍ୟତ ଆନ୍ଦୋଳନର ରୂପରେଖ ବିଷୟରେ ଆଲୋଚନା ହୋଇଥିଲା।
ଏହି ଭବ୍ୟ ସମାରୋହର ମୂଳ କର୍ଣ୍ଣଧାର କୁଡୁମୀ ସେନାର ପ୍ରତିଷ୍ଠାତା ସଭାପତି ଶ୍ରୀ ଜୈମୁନି ମହାନ୍ତ। ସେ ଗତ ଏକ ଦଶନ୍ଧି ଧରି କୁଡୁମୀ ସେନା ଗଠନ କରି କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ଏବଂ କୁଡୁମାଳୀ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ପାଇଁ ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ଲଢେଇ ଜାରି ରଖିଛନ୍ତି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଶ୍ରବଣ କୁମାର, ମନ୍ତ୍ରୀ, ଗ୍ରାମୀଣ ବିକାଶ ଓ ସୂଚନା ଲୋକ ସମ୍ପର୍କ, ବିହାର ସରକାର ଯୋଗ ଦେଇ କୁଡୁମୀ ସେନା ର ଏକତା ର ପ୍ରଶଂସା କରିଥିଲେ ଏବଂ ମୁଖ୍ୟ ବକ୍ତା ଭାବେ ଶ୍ରୀ ରାଜେଶ ମାହାତ, ମନ୍ତ୍ରୀ ପ୍ରାଣୀ ସମ୍ପଦ ବିକାଶ, ପଶ୍ଚିମବଙ୍ଗ, ନିଜର ବକ୍ତବ୍ୟ ରଖିଥିଲେ ଓ ବିଶେଷ ଅତିଥି ଭାବେ ଶ୍ରୀମତୀ ସବିତା ମାହାତ, ବିଧାୟକ ଇଚାଗଡ଼, ଶ୍ରୀ ବିମାନ ମାହାତ, ବିଧାୟକ ଶାଳବଣି, ଶ୍ରୀ ଲାଲଟୁ ମାହାତୋ, ଅଧ୍ୟକ୍ଷ କୁଡୁମୀ ସେନା ଝାରଖଣ୍ଡ, ଶ୍ରୀ ଶୀତଲ ଆହେଦାର, ଶ୍ରୀ କୌଶିକ ବଂଶୀୟାର, ଶ୍ରୀମତୀ ସୁମନ ମାହାତ, ଶ୍ରୀମତୀ ଶାଳିନୀ ସିଂ ପଟେଲ ପ୍ରମୁଖ ଯୋଗ ଦେଇଥିଲେ। ସାରସକଣା ବ୍ଲକ
କୁଡୁମୀ ସେନାର ବିଶ୍ୱନାଥ, ସାଇରାମ, ସୂର୍ଯ୍ୟ, ବିରେନ୍ଦ୍ର, ସଞ୍ଜୟ, କୁବେର, କହ୍ନୁ, ପ୍ରଶାନ୍ତ, ସୁମନ୍ତ, ବିପିନ, ଘନ,ପପୁ, ମନଗୋବିନ୍ଦ, କ୍ଷୀରୋଦ, ଅଜାମ୍ବର, ଅଶୋକ, ଡମ୍ବରୁ, ମହିଳା ସେନାର ସୁଜାତା, ଗୀତାଞ୍ଜଳି, ଅହଲ୍ୟା, ଶକୁନ୍ତଳା, ଶସ୍ମିତା ଏବଂ ଛାତ୍ର ସେନାର ବରୁଣ, ଗୌତମ, ମନୋଜ, ଚୈତନ, ମୀରା, ରାଧା, ଧରାକାନ୍ତି, ବିବେକା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave A Reply

Your email address will not be published.