ଏନସିସି କ୍ୟାଡେଟ ସଫେଇ କଲେ ଓଡ଼ଗାଁ ଡାକ୍ତରଖାନା ପରିସର

0

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ସ୍ଥାନୀୟ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠର ଏନସିସି କ୍ୟାଡେଟ ମାନେ ରବିବାର ଓଡ଼ଗାଁ ଡାକ୍ତରଖାନା ଓ ସ୍କୁଲ ପରିସରକୁ ସଫେଇ କରିଛନ୍ତି । ଏକଘଣ୍ଟା ୧ ତାରିଖ କାର୍ଯ୍ୟକ୍ରମରେ ପ୍ରାୟ ୪୭ ଜଣ କ୍ୟାଡେଟ ସ୍ବଚ୍ଛତା କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ନାୟକ ସ୍ବଚ୍ଛତା ସମ୍ପର୍କରେ ସମ୍ୟକ ସୂଚନା ଦେବା ପରେ କ୍ୟାଡେଟ ମାନେ ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ । ସ୍ଥାନୀୟ ବୁଦ୍ଧିଜୀବୀ ମାନେ କ୍ୟାଡେଟ ମାନଙ୍କ ସଫେଇ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏନସିସି ଅଧିକାରୀ ଶିକ୍ଷକ ପ୍ରସନ୍ନ ପାଣିଗ୍ରାହୀଙ୍କ ପରିଚାଳନାରେ କ୍ୟାଡେଟ ମାନେ ସଫେଇ କାର୍ଯ୍ୟ କରିଥିଲେ ।

Leave A Reply

Your email address will not be published.