ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ଦ୍ୱାରା ସ୍ୱଚ୍ଛତା ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ଛାତ୍ରୀ ମାନଙ୍କୁ ସ୍ୱଚ୍ଛତା ଉପରେ ଜ୍ଞାନ ପ୍ରଦାନ କରିଥିଲେ ଓ ପରିବେଶ କିପରି ସ୍ୱଚ୍ଛ ରଖିବା ତାହା ବୁଝାଇଥିଲେ।
ଏହା ସହିତ ଉଦ୍ଭିଦ ବିଜ୍ଞାନର ଅଧ୍ୟାପିକା ତଥା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କେପ୍ଟେନ ଅନିତା କୁମାରୀ ପାଢ଼ୀ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ଛାତ୍ରୀଙ୍କୁ ଜ୍ଞାନ ଦେଇଥିଲେ।
ଏତଦ୍ ବ୍ୟତୀତ ଉକ୍ତ କାର୍ଯ୍ୟକ୍ରମରେ ଅର୍ଥନୀତିର ଅଧ୍ୟାପକ ତ୍ରିଲୋଚନ ବାରିକ , ପ୍ରାଣୀବିଜ୍ଞାନର ଅଧ୍ୟାପିକା ନିବେଦିତା ମାଝୀ , କମ୍ପୁଟର ଅଧ୍ୟାପିକା ସ୍ୱାଗତିକା ପଣ୍ଡା ଓ କ୍ରୀଡା ଅଧ୍ୟାପିକା ବିଜୟଲକ୍ଷ୍ମୀ ପଣ୍ଡା ଓ ଅନ୍ୟାନ୍ୟ ଅଣ କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ।
ସମର ଶିକ୍ଷାର୍ଥୀ ବାହିନୀର କେଡେଟ୍ ଓ ବିଦ୍ୟାଳୟର ଛାତ୍ରୀ ବୃନ୍ଦ ଅନୁଷ୍ଠାନର ପରିସରକୁ ସଫା କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।