ଓଡ଼ଗାଁ ତାଲୁକ ଆଇନ୍ ସେବା କମିଟି ଆନୁକୂଲ୍ୟରେ ଆନ୍ତର୍ଜାତୀୟ ବୟସ୍କ ଦିବସ ପାଳିତ

0

ଓଡ଼ଗାଁ (ଶ୍ରୀକାନ୍ତ କୁମାର ମିଶ୍ର): ଦେଓ୍ବାନି ଓ ଫୈଜଦାରୀ ଅଦାଲତ, ଓଡ଼ଗାଁ ତାଲୁକ ଆଇନ୍ ସେବା କମିଟିର ଅଧ୍ୟକ୍ଷ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ମାନସ ରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ରବିବାର ଆନ୍ତର୍ଜାତିୟ ବୟସ୍କ ଦିବସ ଓଡ଼ଗାଁ ହସକ୍ଳବ ଠାରେ ପାଳିତ ହୋଇଯାଇଛି । ବରିଷ୍ଠ ଦେଓ୍ବାନି ତଥା ସହକାରୀ ଦୌରାଜଜ ଶିବାଶିଷ ଗିରି, ଦେଓ୍ବାନି କନିଷ୍ଠ ଜଜ ଫୈ।ଜଦାରୀ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ହରମୋହନ ଦାଶ, ପୂର୍ବତନ ବାର ଆସୋସିଏସନ ସଭାପତି ଆଇନଜୀବି ଇନ୍ଦୁ ଭୂଷଣ ମିଶ୍ର ଓ ଅନ୍ୟ ଆଇନଜିବୀ ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ସମୟରେ ବୟସ୍କ ନାଗରିକ ମାନଙ୍କ ସମସ୍ୟା ଓ ଆଇନ ସଂପର୍କରେ ଆଲୋଚନା କରିଥିଲେ । ଶାନ୍ତି ଓ ସଂପନ୍ତି ଉଭୟେ ପରସ୍ପରର ପରିପୂରକ । ଏମାନଙ୍କ ମଧ୍ୟରୁ ଯେ କୌଣସି ଗୋଟିକୁ ଆଦରିନେଲେ ଅନ୍ୟଟି ପ୍ରଭାବ ହୀନ ହୋଇଥାଏ । ତେଣୁ ଆମକୁ ଶାନ୍ତି ନା ସମ୍ପତ୍ତି ଦର୍କାର ନିଜେହିଁ ବାଛିବାକୁ ପଡ଼ିବ । ଏଥିନିମନ୍ତେ ଆତ୍ମ ଅନୁଶୀଳନର ଆବଶ୍ୟକତା ରହିଛି । ତେବେ ଯଦି କୌଣସି ବରିଷ୍ଠ ନାଗରିକ ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଥିଲେ ଆମଙ୍କୁ ଜଣାଇଲେ, ଆମେ ସହଯୋଗ ଦେବୁବୋଲି ସଭାରେ ଅଧ୍ୟକ୍ଷତା କରୁଥିବା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ମାନସ ରଞ୍ଜନ ରଥ କହିଥିଲେ । ଓଡ଼ଗାଁ ଅଦାଲତ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ବୟସ୍କ ଅଶଂଗ୍ରହଣ କରିଥିଲେ । ହସକ୍ଳବର ସଭାପତି ପ୍ରମୋଦ କୁମାର ଦୋରାଙ୍କ ସହିତ ସମସ୍ତ ସଭ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.