ବସ ବାଇକ୍ ମୁହାଁମୁହିଁ ଧକ୍କା: ୧ ଗୁରୁତର

0


ଓଡଗାଁ,୧୧।୯(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ଅନ୍ତର୍ଗତ କଟରାଝରି ବନ୍ଧ କାଳିଆଷଣ୍ଢ ଠାକୁରାଣୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟା ପ୍ରାୟ ୭ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତ ଜଣଙ୍କ ମଗରବନ୍ଧ ଗ୍ରାମର ବାବାଜୀ ନାୟକଙ୍କ ପୁଅ ବାଳକୃଷ୍ଣ ନାୟକ(୫୦)ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ବାଳକୃଷ୍ଣ ଶରଣକୁଳରୁ କାମସାରି ନିଜଗ୍ରାମକୁ ବାଇକ୍ ନଂ ଓଡି ୨୫-ବି.୯୪୫୫ ଯୋଗେ ଫେରୁଥିବାବେଳେ ଭୁବନେଶ୍ୱରରୁ ଗଞ୍ଜାମ ଜିଲ୍ଲା କୁମ୍ପାପଡ଼ା ଆସୁଥିବା ଲର୍ଡ ଜଗନ୍ନାଥ ନାମକ ଏକ ଘରୋଇ ଯାତ୍ରୀବାହି ବସ ନଂ ଓ.ଆର-୦୨-ବି-ଏଚ-୮୪୮୭ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକଙ୍କ ଦ୍ବାରା ଗୁରୁତର ବାଳକୃଷ୍ଣଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିବା ବେଳେ ଶରଣକୁଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଦୁଇଗାଡ଼ିକୁ ଜବତକରିବା ସହିତ ଘଟଣାର ଅନୁସନ୍ଧାନ ଆରମ୍ଭ କରିିଥିବା ଜଣାପଡ଼ିଛି।

Leave A Reply

Your email address will not be published.