ଦେଢ଼ ମାସ ର ଶିଶୁପୁତ୍ର କୁ ହତ୍ୟା କଲା ଜନ୍ମ କଲା ମା llll

0

ମୟୁରଭଞ୍ଜ/ଦିପୁ ମହାପାତ୍ର – ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ସ୍ଥିତ ଅସନା ପଞ୍ଚାୟତ ର ବାଙ୍କିଡିହି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା l ସୂଚନା ମୁତାବକ ବାଙ୍କିଡିହି ଗ୍ରାମରେ ରହୁଥିବା ସୋଲାଈ ନାଏକ ଙ୍କ ସ୍ତ୍ରୀ ପ୍ରଭାତୀ ନାଏକ କାଲି ନିଜ ପୁଅକୁ ଗାଁ ପାଖରେ ଥିବା ଏକ ନାଳ ରେ ଜିଅନ୍ତା ଅବସ୍ଥା ରେ ପକେଇଦେଇ ଆସିଥିଲେ, ପକେଇ ଆଶି ଗାଁ ରେ କହିଥିଲେ ତାଙ୍କ ପୁଅ ହଜିଯାଇଛି, ଏନେଇ ଗ୍ରାମବାସି ଖଜାଖଜୀ କରିଥିଲେ କିନ୍ତୁ ପାଇନଥିଲେ, ତାପରେ ସେମାନେ ଥାନା କୁ ଆଶି ଜଣେଇ ଥିଲେ, ପୋଲିସ ପ୍ରଭାତୀ ନାଏକ କୁ ପୋଚରା ଉଚୋରା କଲା ପରେ ସେ କହିଥିଲେ ତାଙ୍କ ପଡୋଶୀ ଭାଉଜଙ୍କ ପାଖରେ ଛୁଆକୁ ଛାଡିଛନ୍ତି, ପୁଣି ସେମାନେ ଗାଁ କୁ ଫେରିଆସି ପଡୋଶୀ ଘରକୁ ଯାଇଥିଲେ କିନ୍ତୁ ସେଠି କାହାକୁ ପାଇନଥିଲେ, ପରଦିନ ତାଙ୍କ ଘର ଲୋକ ପ୍ରଭାତୀ କୁ ପଚାରିବାରୁ ସେ ସେଇ ନାଳକୁ ନେଇ ଦେଖେଇ ଥିଲା, ପରେ ଘଟଣା ସ୍ଥଳରେ ବିଶୋଇ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଛୁଆକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଜିଲ୍ଲା ଉପଖଣ୍ଡ ଚିକିତ୍ସାଳୟକୁ ପଠେଇ ଥିଲେ। ତା ସହିତ ସନ୍ତାନ ହତ୍ୟା କାରୀ ମାଁ ପ୍ରଭାତୀ ନାଏକ କୁ ଗିରଫ କରି 171/23 ରେ ହତ୍ୟା ମାମଲା ରୁଜୁ କରି ମହିଳାକୁ ଅଟକ ରଖି ବିଶୋଇ ପୋଲିସ ଘଟଣା ର ତଦଣ୍ତ ଜାରିରଖିଛନ୍ତି। ଅପରପକ୍ଷରେ କେଉଁ କାରଣରୁ ମହିଳା ଜଣଙ୍କ ନିଜ ଜନ୍ମିତ ପୁତ୍ର ସନ୍ତାନକୁ ହତ୍ୟା କଲା ସଠିକ୍ ଜଣା ପଡିନଥିବା ବେଳେ ଅଞ୍ଚଳ ସାରା ମାଁ ଓ ମମତା କୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Leave A Reply

Your email address will not be published.