ବଡ଼ବିଲରେ ପୁଣି ଆଦିବାସୀ ନାବାଳିକାକୁ ଦୁଷ୍କର୍ମ : ଜେଲ ଗଲା ଅଭିଯୁକ୍ତ

0

ବଡ଼ବିଲ : ବଡ଼ବିଲରେ ଜଣେ ୧୨ ବର୍ଷୀୟା ଆଦିବାସୀ ନାବାଳିକାକୁ ଦୁଷ୍କର୍ମ କରିଥିବା ଘଟଣାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି | ଗିରଫ ଅଭିଯୁକ୍ତ ଜଣକ ହେଉଛି ବଡ଼ବିଲ ସେଡ଼ିଙ୍ଗ ବସ୍ତି ଅଂଚଳର ଗଦା ସିଂ | ଗତ ୪ ତାରିଖ ରାତି ୧୦ଟା ବେଳେ ଅଭିଯୁକ୍ତ  ଗଦା ପୀଡିତା ବା ନାବାଳିକାକୁ ନିକଟସ୍ଥ ଜଙ୍ଗଲ ଅଂଚଳକୁ ନେଇ ଦୁଷ୍କର୍ମ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲା | ଏ ନେଇ ଶନିବାର  ପୀଡିତା ପରିବାର ପକ୍ଷରୁ ବଡ଼ବିଲ ଥାନାରେ ଅଭିଯୋଗ ହୋଇଥିଲା | ପୋଲିସ ଅଭିଯୁକ୍ତକୁ ଗିରଫ କରି ଡାକ୍ତରୀ ମାଇନା କରାଇବା ପରେ କୋର୍ଟ ଚାଲାଣ କରିଛି |

Leave A Reply

Your email address will not be published.