ଓ.ଏସ.ଆର.ଟି.ସି.ରୁ ବେଆଇନ ସାମଗ୍ରୀ ବିକ୍ରୟକୁ ନେଇ ପୋଲିସରେ ଏତଲା ଦେଲେ କର୍ମଚାରୀ

0

ପଦ୍ମପୁର/ ନୀଳ ଦୀପ – ବରଗଡ ଜିଲ୍ଲା ପଦ୍ମପୁର ଓ.ଏସ.ଆର.ଟି.ସି.କାର୍ୟ୍ୟାଳୟରେ କିଛିଦିନ ପୂର୍ବରୁ ହୋଇଥିବା ମରାମତି ପରେ ବହୁ ପୁରୁଣାକବାଟ , ପଟା, ଲୁହାନାଳ, ଆଜବେଷ୍ଟସଁ ସିଟ ଆଦି ବହୁ ଜିନିଷ  ବାହାରିଥିଲା।ଯାହାକୁ କି ସରକାରୀ ନିୟମାନୁଯାୟୀ ନିଲାମରେ ବିକ୍ରି କରିବା କଥା ।ଏହାର ଆନୁମାନିକ ମୂଲ୍ୟ ପାଖାପାଖି ୧.୫ ଲକ୍ଷ ହେଉଥିବା ବେଳେ ସ୍ଥାନୀୟ ୟୁନିଟ ଇଂଚାର୍ଜ ସର୍ବେଶ୍ୱର ପାଳ ବିନା କୌଣସି ନିଲାମ ଡାକି ବେଆଇନ ଭାବରେ ଜିନିଷ ବିକ୍ରି କରି ଦେଇ ସମସ୍ତ ଟଙ୍କା ନିଜେ ହଡଫ କରିଦେଇଥିବା ନେଇ କର୍ମଚାରୀମାନେ ପୋଲିସରେ ଏତଲାଦେଇଛନ୍ତି।ଏହି ସଂକ୍ରାନ୍ତରେ ପୋଲିସକୁ ଖବର ଦେଲେ କି ବାହାରେ କାହାକୁ କହିଲେ ଚେକିଂ ସମୟରେ ସମସ୍ତ କର୍ମଚାରୀଙ୍କୁ ଚାକିରୀରୁ ନିଲମ୍ବୁତ କରିବାର ଧମକ ଦେଇଥିବାର ମଧ୍ୟ କର୍ମଚାରୀ ସଂଘର ସମ୍ପାଦକ ଗୋପବନ୍ଧୁ ବେହେରା ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.