ବୋମା ଫୁଟିବାର ଥିଲା ଫୁଟିଗଲା ; ଭୋଟ ବାତିଲ

0

ଆନନ୍ଦପୁର:ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପ୍ରାୟ ଅଧିକାଂଶ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ବାତିଲ ହୋଇଥିବା ବେଳେ ଆଜି ଆନନ୍ଦପୁର  ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ  ମଧ୍ୟ ବାତିଲ କରାଯାଇଛି । ଖବର ନେବାରୁ ଜଣାଯାଏଯେ  ଗତ ମଙ୍ଗଳବାର ଦିନ  ମଧ୍ୟ ରାତ୍ରୀରେ କଲେଜ ପରିଷରେରେ ବୋମା ମାଡ ଏବଂ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉଭୟ ଗୋଷ୍ଟି ମଧ୍ୟରେ ଲାଗି ରହି ଥିବା ଛକାପଂଝା ଯାଗୁ ଗଣ୍ଡୋଗଳ ଆଶଙ୍କାକୁ ଏଡାଇ ଦେଇ ହେଉନଥିଲା । ପରଷ୍ପର ମଧ୍ୟରେ  ଛକାପଂଝା ଲାଗି ରହିଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ବ୍ୟାଘାତ ହେବା ସହ ଗଣ୍ଡୋଗଳରୁ ମହାବିଦ୍ୟାଳୟର ସଂପତିକୁ ବଂଚାଇବାକୁ ଯାଇ ନିର୍ବାଚନକୁ ବାତିଲ କରାଯାଇଛି ବୋଲି ମହାବିଦ୍ୟାଳୟର ଅଧକ୍ଷ୍ୟ ପ୍ରଫେସର ରମାକାନ୍ତ ନାଏକଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ହୋଇଥିବା ପରିଚାଳନା କମିଟି ବୈଠକରେ ନିଷ୍ପତି ନିଆଯାଇ ବିଜ୍ଞାପ୍ତି ପ୍ରକାଶ ପାଇଛି ବୋଲି ଛାତ୍ର ସଂସଦ ନିର୍ବାଚନ ପରିଚାଳନା କମିଟିର ଉପଦେଷ୍ଟା ଡ. ହରିଶ୍ଚନ୍ଦ୍ର ବାରିକ୍ ସୁଚନା ଦେଇଛନ୍ତି |

Leave A Reply

Your email address will not be published.