ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱାସ୍ଥ୍ୟ କେନ୍ଦ୍ର ଓ ଔଷଧ ପଣ୍ୟାଗାର ଉଦଘାଟିତ

0

ବାଲେଶ୍ୱର,(ଉଜ୍ଜ୍ୱଳ କର ): ବାଲେଶ୍ୱର ସହରସ୍ଥିତ ସହଦେବଖୁଂଟାଠାରେ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଶୁଭ ଉଦଘାଟନ କରିଛନ୍ତି । ପୂର୍ବରୁ ଏହା ପୁରୁଣା କୋଠାରେ ଚାଲୁଥିଲା । ଏବେ ନୂତନ କୋଠା ହେବା ପରେ ଚିକିତ୍ସା କ୍ଷେତ୍ରରେ ରହିଥିବା ଆନୁସଙ୍ଗିକ ଅସୁବିଧାଗୁଡିକ ଦୂର ହୋଇପାରିଛି ବୋଲି ମାନ୍ୟବର ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି । ଏହି ନୂତନ କୋଠା ୬୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଛି । ଏଠାରେ ଡାକ୍ତରଙ୍କ ଚିକିତ୍ସା ପରାମର୍ଶ କୋଠରୀ, ଡ୍ରେସିଂ ରୁମ, ଔଷଧ ବିତରଣ କୋଠରୀ, ଆଶୁ ଚିକିତ୍ସା କୋଠରୀ ଏବଂ ଶୌଚାଳୟ ରହିଛି । ଏହାର ପରିଚାଳନା ଦାୟିତ୍ୱ ପୁନର୍ରୁଥାନ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଦିଆଯାଇଥିବା ବେଳେ ଏହା ପିପିପି ମୋଡରେ କାର୍ଯ୍ୟକାରୀ ହେଉଛି । ସେହିପରି ଅପରାହ୍ନରେ ଔପଦା ବ୍ଲକସ୍ଥିତ ଈଶ୍ୱରପୁର ଗୋଷ୍ଠୀ  ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନବ ନିର୍ମିତ ଔଷଧ ପଣ୍ୟାଗାରକୁ ମନ୍ତ୍ରୀ ଉଦଘାଟନ କରିଥିଲେ । ଏହା ୪୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ଏ ସବୁ କାର୍ଯ୍ୟକ୍ରମରେ ମାନ୍ୟବର ବାଲେଶ୍ୱର ଲୋକସଭା ସାଂସଦ ଶ୍ରୀ ରବୀନ୍ଦ୍ର କୁମାର ଜେନା, ମାନ୍ୟବର ବାଲେଶ୍ୱର ସଦର ବିଧାୟକ ଶ୍ରୀ ଜୀବନ ପ୍ରଦୀପ ଦାଶ, ମାନ୍ୟବର ନୀଳଗିରି ବିଧାୟକ ଶ୍ରୀ ସୁକାନ୍ତ କୁମାର ନାୟକ, ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ରାଉତ, ପି.ଡି., ଡି.ଆର.ଡି.ଏ. ଶ୍ରୀ ତ୍ରିଲୋଚନ ପ୍ରଧାନ, ସି.ଡି.ଏମ.ଓ. ଡା. ବିବେକାନନ୍ଦ ଦାସଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.