ଦଫା ରଫା ପାଇଁ ଚାପ ପଡୁଛି, ଦେଖାଯାଉ ପୋଲିସ କଣ କରୁଛି !!!

0

ମୋବାଇଲ୍ ବିତରକ ସଂସ୍ଥା କର୍ମଚାରୀଙ୍କୁ ଧମକ, ନ୍ୟାୟ ପାଇଁ ପୋଲିସର ଦ୍ୱାରସ୍ଥ ହେଲେ ତଳିଆ କର୍ମଚାରୀ

ବଲାଙ୍ଗିର(ନିରୋଜ ମିଶ୍ର)  – ବଲାଙ୍ଗିର ର ଏକ ଘରୋଇ ମୋବାଇଲ୍ ବିତରକ ଓ ରିପିୟାରିଙ୍ଗ୍ ସଂସ୍ଥାର କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଧମକ । ଏପରିକି କଥା ନମାନିଲେ ହାତରୁ ଚାକିରୀ ଯିବା ସହ ଜୀବରେ ମାରି ଦେବାକୁ ଧମକ ମିଳିଥିବା ନେଇ ବିପ୍ଲବ ସାହୁ ନାମକ ଜନୈକ କର୍ମଚାରୀ ବଲାଙ୍ଗିର ଟାଉନଥାନାରେ ଅଭିଯୋଗ କରିଛନ୍ତି । ଲୋଇସିଂହା ଜେପିଏମ୍ ଭାବେ କାମ କରୁଥିବା ବିପ୍ଲବ ସାହୁ ନାମକ ଜଣେ ଯୁବକର୍ମଚାରୀଙ୍କୁ ଉକ୍ତ ସଂସ୍ଥାର ଜେପିଏଲ୍ ପଦବୀରେ ଥିବା ଅଧିକାରୀ ଗତ ୨୩ ତାରିଖ ଦିନ ଫୋନ୍ ଯୋଗେ କୁଆଡେ ପିଇବା ପାଇଁ ମଦ ଆଣିଦେବାକୁ କହିଥିଲେ । ତେବେ ଏପରି କାମ କରିବାକୁ ଅଭିଯୋଗକାରୀ କର୍ମଚାରୀ ଜଣକ ମନା କରିବାକୁ ଅଧିକାରୀ ଜଣକ ତାଙ୍କୁ ବୋଲ ନମାନିଲେ ଚାକିରୀ ରୁ ବାହାର କରିଦେବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏପରିକି କଥା ବେଶି ଆଗକୁ ବଢାଇଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିବା ନେଇ ଅଭିଯୋଗକାରୀ କର୍ମଚାରୀ ଜଣକ ଗତ ୨୭ ତାରିଖ ଦିନ ବଲାଙ୍ଗିର ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବଲାଙ୍ଗିର ଟାଉନ ପୋଲିସ ହୋଇଥିବା ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ଅଧିକାରୀଙ୍କ  ବିରୁଦ୍ଧରେ ଆଇପିସି ୨୯୪ ଓ ୫୦୬ ଦଫା ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଅଭିଯୁକ୍ତ ଅଧିକାରୀଙ୍କ ଦୌରାତ୍ମ୍ୟରେ ଅତିଷ୍ଠ  ହୋଇ ଏହି ସଂସ୍ଥାର କେତେକ କର୍ମଚାରୀ ପୂର୍ବରୁ ଚାକିରୀ ଛାଡି ପଳାଇଥିବା ବେଳେ ଆଉ କେତେ ଜଣ କର୍ମଚାରୀଙ୍କୁ ଚାକିରୀ ରୁ ବାହାର କରି ଦିଆଯାଇଥିବା ଚର୍ଚ୍ଚା ହେଉଛି । ତେବେ ତାଙ୍କ  ଏହି ଅସାଧୁ କାମରେ ଉକ୍ତ ସଂସ୍ଥାର କେତେକ ଉପରିସ୍ଥ ଅଧିକାରୀଙ୍କ ସଂପୂର୍ଣ୍ଣ ସମର୍ଥନ ରହୁଥିବା ନେଇ ସୂଚନା ମିଳିଛି । ଏହି ଘଟଣାକୁ ନେଇ ପୋଲିସରେ ମାମଲା ରୁଜ୍ଜୁ ହେବା ପରେ ଉକ୍ତ ସଂସ୍ଥାର ଅସାଧୁ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଥିବା ବେଳେ ମାମଲାଟିକୁ ଆପୋଷ ଆଲୋଚନା ମାଧ୍ୟମରେ ରଫା ଦଫା କରିଦେବାକୁ ଅଭିଯୋଗକାରୀଙ୍କ ଉପରେ ଚାପ ପକାଯାଉଥିବା ଭଳି ଏକ ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ବଲାଙ୍ଗିରର ଏହି ଘରୋଇ ମୋବାଇଲ ବିତରକ ସଂସ୍ଥା ରେ ତଳିଆ କର୍ମଚାରୀ ମାନଙ୍କୁ ପୋକମାଛି ଭଳି ବ୍ୟବହାର ପ୍ରଦର୍ଶନ ସହ ଗତ ୨୦୧୫ ମସିହାରୁ ଦବଙ୍ଗଗିରି ଚଳାଇ ଆସିଥିବା ଏହି ସ୍ୱେଚ୍ଛାଚାରୀ ଅଧିକାରୀଙ୍କ  ଦାଦାଗିରି ଉପରେ ରୋକ ଲଗାଇବାକୁ ବଲାଙ୍ଗିର ଟାଉନପୋଲିସ କେତେଦୂର ସକ୍ଷମ ହେବ ତାହା ଦେଖିବାକୁ ରହିଲା ।

Leave A Reply

Your email address will not be published.