କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ବନାମ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା : ରାଜ୍ୟ ସରକାରଂକୁ ବିଜେପିର ସମାଲୋଚନା, ବାହାରକଲା ଆୟୁଷ୍ମାନ ଯୋଜନା ଉପରେ ସଚେତନତା ରଥ

0

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ ;ପାରଳାଖେମୁଣ୍ଡି ସ୍ଥିତ ସାଇରାମ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ କେନ୍ଦ୍ରସରକାରଙ୍କ ଆୟୁଷ୍ମାନ ଭାରତ ବନାମ ରାଜ୍ୟସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପରେ ଜିଲ୍ଲା ସ୍ତରୀୟ ସାମ୍ୱାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାର ଉପକାରିଣ ଉପରେ ଜନସଚେତନତା ପାଇଁ ଜିଲ୍ଲା ବ୍ୟାପି ଆୟୁଷ୍ମାନ ଭାରତ ସଚେତନତା ଅଭିଯାନ ରଥର ଶୁଭାରମ୍ଭ ହୋଇଯାଇଛି । ସାମ୍ୱାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ସିଦ୍ଧେଶ୍ୱର ମିଶ୍ର , ଜିଲ୍ଲା ସଭାପତି ଜି . ଭେଙ୍କେଟ ରାବଣା, କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ ଏବଂ ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର ପ୍ରମୁଖ ଯୋଗଦେଇ କହିଥିଲେ ଯେ କେନ୍ଦ୍ରସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଭଳି ଏକ ଭଲ ସ୍ୱାସ୍ଥ୍ୟ ଯୋଜନାର ଲାଭ ଓଡିଶାର ଗରିବ ଲୋକେ ପାଇଲେ କାଳେ ନରେନ୍ଦ୍ର ମୋଦୀଙ୍କୁ ଆଗାମୀ ନିର୍ବାଚନରେ ଲୋକେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇ ଦେବେ । ଏଥିରେ ଭୟଭୀତ ହୋଇ ରାଜ୍ୟ ସରକାର ଏହି ଆୟୁଷ୍ମାନ ଯୋଜନାକୁ ଲାଗୁ ନକରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଲାଗୁ କରିଛନ୍ତି । ଆୟୁଷ୍ମାନ ଯୋଜନା ଏକ ଇନ୍‍ସୁରେନ୍‍ସ ଭିତ୍ତିକ ଯୋଜନା ହୋଇଥିବା ବେଳେ ବିଜୁ ସ୍ୱାସ୍ଥ୍ୟ ଯୋଜନା ଏକ ଆସ୍ୟୁରାନ୍‍ସ୍‍ ଭିତ୍ତିକ ଯୋଜନା ପରି ଦୁଇ ଯୋଜନାର ସାମଞ୍ଜସ୍ୟ ଓ କେଉଁଟା କେତେ ଲାଭ ତାହା ବୁଝାଇଥିଲେ । ଏଣୁ ଏହି ଯୋଜନାକୁ ସାମିଲ ନକରିବା ରାଜ୍ୟ ସରକାରଙ୍କ ଏହା ହୀନ ରାଜନୈତିକ ମାନସିକତାର ପ୍ରତିଫଳନ କରିଥିଲେ । ଆଜି ଆୟୁଷ୍ମାନ ଭାରତ ଯୋଜନା ଉପରେ ଜିଲ୍ଲାବାସୀଙ୍କୁ ସଚେତନ କରାଇବା ପାଇଁ ଏକ ସଚେତନତା ଅଭିଯାନ ରଥର ଶୁଭାରମ୍ଭ କରାଯାଇଛି । ଏହା ଜିଲ୍ଲା ବିଜେପିର ନେତା ମାନେ ମିଳିତ ଭାବେ ଶୁଭାରମ୍ଭ କରିଥିଲେ ।

Leave A Reply

Your email address will not be published.