ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଆର.ଉଦୟଗିରିସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଗଜପତି ଠାରେ ପବିତ୍ର ଗାନ୍ଧୀ ଓ ସ୍ୱାସ୍ଥ୍ୟ ଜୟନ୍ତୀ ଅବସରରେ କୃଷି କଲ୍ୟାଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ତଥା ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆର.ଉଦୟଗିରି ବ୍ଲକର ବି.ଡି.ଓ ପ୍ରଦୀପ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ମୁଖ୍ୟ ସଂଗ୍ରାମ ପରମଗୁରୁ, ମହେନ୍ଦ୍ରତନୟା କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷା ଭାରତୀ ମିଶ୍ର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରଞ୍ଚି ନାରାୟଣ ଧଳ, ଆଦର୍ଶ ବିଦ୍ୟାଳୟ ଛେଳିଗଡ଼ର ପ୍ରଧାନଶିକ୍ଷକ ରାଜୀବ କୁମାର ରଇତ,ସୁଣ୍ଡୁରବା ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେଶ କୁମାର ସାହୁକାର, ଆର.ଉଦୟଗିରି ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସରୋଜ କୁମାର ସିଂ ପ୍ରମୁଖ ଅତିଥି ଭାବେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛତା ପକ୍ଷ ପାଳନ ବିଷୟରେ ସଚେତନତା ତଥା ଭାରତ ସରକାରଙ୍କ ଦ୍ୱାରା ୨ ଅକ୍ଟୋବରରୁ ୨୫ ଡିସେମ୍ୱର ୨୦୧୮ ମଧ୍ୟରେ ହେବାକୁ ଥିବା କୃଷି କଲ୍ୟାଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରାଯାଇଥିଲା । ଗଜପତି ଜିଲ୍ଲାର ୨୫ଟି ବଛାଯାଇଥିବା ଗ୍ରାମଗୁଡିକରେ ହେବାକୁ ଥିବା ଯୋଜନା ଏବଂ ଏହି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କାର୍ଯ୍ୟକାରୀ ବିଷୟରେ ଡଃ ସଂଗ୍ରାମ ପରୁମଗୁରୁ ସଂକ୍ଷେପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ଉପରୋକ୍ତ ସ୍ୱଚ୍ଛତା ପକ୍ଷରେ “ସ୍ୱଚ୍ଛତା ହିଁ ସେବା” ବିଷୟ ବସ୍ତୁ ଉପରେ ଆର. ଉଦୟଗିରି ବ୍ଲକରୁ ବିଭିନ୍ନ ବିଦ୍ୟାଳୟ ମାନଙ୍କରୁ ଅନୁଷ୍ଠିତ କରାଯାଇଥିବା ପ୍ରବନ୍ଧ, ବକ୍ତୃତା ତଥା ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀ ପୁରସ୍କାର ବଣ୍ଟନ କରାଯାଇଥିଲା । ଏହି ଦୁଇଟି କାର୍ଯ୍ୟକ୍ରମ ଶେଷରେ କୃଷି ବିଜ୍ଞାନ କେନ୍ଦ୍ରର ମନୋଜ କୁମାର ସାହୁ କୁଇଜ ପ୍ରତିଯୋଗିତା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଉଦ୍ୟାନ କୃଷି ବିଭାଗ ରଶ୍ମିତା ଟପ୍ପୋ, କ୍ଷେତ୍ର ବିଜ୍ଞାନୀ ସଂଜୀଦ ମାଣ୍ଡି ଓ ବନାନୀ ବେହେରା ସୂଚାରୁରୁପେ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.