ପଦ୍ମପୁର-(ନୀଳ ଦୀପ) – ପଦ୍ମପୁର ବ୍ଲକ ସର୍ଗିବାହାଲ ପଂଚାୟତର ବିଶିପାଲି ଗ୍ରାମରେ ନୂଆଖାଇ ଭେଟଘାଟ ପାଳିତ ହୋଇଛି । ସରପଂଚ ଶ୍ରୀମତୀ ଗୀତାଂଜଳୀ ବହିଦାରଙ୍କ ପୃଷ୍ଟପୋଷକତାରେ ଆୟୋଜିତ ଏହି ଉସôବରେ ଯୁବନେତା ଶ୍ରୀ ପ୍ରିତେଶ କୁମାର ବହିଦାର ସଭାପତିତ୍ୱ କରିଥିବାବେଳେ ପଦ୍ମପୁର ବିଧାୟକ ଶ୍ରୀ ପ୍ରଦିପ ପୁରୋହିତ, ବିଶିଷ୍ଟ ଶିକ୍ଷାବିତ ତେଜରାଜ ସାହୁ, ନାଟ୍ୟକାର ରାଜକୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ମେହେର, ନିରାକାର ବରିହା, ଭରତ ମେହେର, ରାହାସ ସାହୁ ପ୍ରମୁଖ ମଂଚାସୀନ ଥିଲେ । ରାଜଶ କୁମାର ବହିଦାର ସମସ୍ତ ଅତିଥିଙ୍କୁ ଉପଢୋକନ ପ୍ରଦାନ କିବା ବେଳେ ସଭାକାର୍ଯ୍ୟକୁ ପ୍ରମୋଦ କୁମାର ସାହୁ ସଂଯୋଜନା କରିଥିଲେ । ସଭାକାର୍ଯ୍ୟ ପରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରେଶ କୁମାର ପରୁଆ ଆଗେଇ ନେଇଥିବା ବେଳେ କୁଳମଣି ପମ୍ରାୟତ ଓ ରଂଜିତା ବରିହା ଧନ୍ୟବାଦ ଅର୍ପଣ କରୀ ସଭାକାର୍ଯ୍ୟକୁ ସାଂଗ କରିଥିଲେ ।