ପଦ୍ମପୁର ଅଂଚଳର କପସିରଫ ମୁଖ୍ୟ ବ୍ୟବସାୟୀ ଗିରଫ/ ବୁଡେନ ପୋଲିସର ଏକ ସଫଳତା

0

ପଦ୍ମପୁର / ନୀଳ ଦୀପ – ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ବୁଡେନ ଥାନାଠାରେ ପୋଲିସ ପଦ୍ମପୁର ଅଂଚଳର ମୁଖ୍ୟ ନିସା ବ୍ୟବସାୟୀ  ତଥା ଦୁର୍ଦାନ୍ତ ଅପରାଧି ଲକ୍ଷ୍ମୀ ନାରାୟଣ ଅଗ୍ରୱାଲକୁ ଧରିବାରେ ସଫଳ ହୋଇଛି । ଏ ସଂକ୍ରାନ୍ତରେ ପଦ୍ମପୁର ଏସଡିପିଓ ଶ୍ରୀ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ପ୍ରଦାନ କରିଥିଲେ । ଗତ ୨୭ ତାରିଖ ସନ୍ଧ୍ୟାରେ ଜମରତଲା ଗ୍ରାମ ଉମାକାନ୍ତ ବିଶ୍ୱାଳ ଘରେ ପୋଲିସ କୈାଣସି ସୂତ୍ରରୁ ଖବର ପାଇ ଚଢାଉ କରିଥିଲେ ଏବଂ ତାଠାରୁ ୨୦ ଗୋଟି କପସିରଫ ଜବତ କରିଥିଲେ । ପରେ ତାଠାରୁ ଖବର ପାଇ ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅର୍ନ୍ତଗତ ଲୁହାସିଂଗା ଗ୍ରାମର କୁକ୍ଷାତ ନିଶା ବ୍ୟବସାୟୀ  ଲକ୍ଷ୍ମୀ ନାରୟଣ ଓରଫ ଗୋଲୁର ଘରେ ଚଢୋଉ କରି ୧୬୦ ଗୋଟି କପସିରଫ, ୫୮୦୦ଗୋଟି ନିଶା ଔଷଧ ଏବଂ ଏକ ମାରୋତି ସ୍ୱିପ୍ଟ ଡିଜାୟାର ନୋ ଓଡି-୦୩-ସି-୧୨୫୧ ଜବତ କରିଥିଲେ । ଗିରଫ ଗୋଲୁ ଛତିସଗଡରୁ ନିଶା ଦ୍ରବ୍ୟ ଆଣି ବରଗଡ ଓ ବଲାଙ୍ଗୀର ଜିଲ୍ଲାର ଅଧିକାଂଶ ଅଂଚଳର ଖୁଚୁରା ନିଶା ବେପାରୀ ମାନଙ୍କୁ କପସିରପ ଓ ନିଶା ଔଷଧ ଯୋଗେଇ ଆସୁଥିଲା । ଗୋଲୁ ଏହା ପୂର୍ବରୁ ନିଶା ଔଷଧ କାରବାର ରେ ପାଂଚ ଥର ଗିରଫ ହୋଇ ଜେଲ ଜାଇଥିବା ଜଣା ଯାଇଛି । ଏହା ସମେତ ଏମାନଙ୍କ ସହ ନିଶା ବ୍ୟବସାୟରେ ସଂପୃକ୍ତ ଥିବା ଅଭିଯୋଗରେ ଗାଇସିଲାଟ ଥାନା ତାଲପାଲି ଗ୍ରାମର ଲଲିତ ବାଜପେୟୀ (୩୧), ମିନିକେତନ ସାହୁ (୨୫) ଏବଂ ବୁଡେନ ଥାନା ଶାନ୍ତିପୁର ଗ୍ରାମର ଦୟାସାଗର ମେହେର (୪୬) କୁ ଗିରପ କରିବା ସହିତ ସେମାନଙ୍କ ଠାରୁ ପାଂଚଟି ମୋବାଇଲ ଓ ଏକ ବାଇକ୍ ଜବତ କରିଛି । ଏସଡିପିଓ ଶ୍ରୀ ପଣ୍ଡାଙ୍କ ନେତୃତ୍ୱରେ ଏହି ଚଢାଉ ସମୟରେ ବୁଡେନ ଥାନା ଅଧିକାରୀ ଆଲୋକ ବେହେରା, ପଦ୍ମପୁର ଥାନା ଅଧିକାରୀ ପ୍ରିୟଙ୍କା ରାଉତରାୟ, ଏସଆଇ ସୈାମ୍ୟରଂଜନ ପାତ୍ର ପ୍ରମୁଖ ସାମିଲ ଥିଲେ । ଏହି ଘଟଣାର ମୁଖ୍ୟ ଆସାମୀ ଲୁହାସିଂଗାର ଗୋଲୁ ଦିର୍ଘଦିନ ହେଲା ଅଂଚଳରେ ନିଶା ବେପାର କରି ଅନେକ ଥର ଗିରଫ ହୋଇଥିଲେ ସୁଦ୍ଧା  ଜେଲରୁ ବାହାରୀ  ସେ ପୁଣି ତାର ନିଶା ବେପାରକୁ  ସୁଦୃଢ କରିବାରେଲାଗିପଡୁଛି । ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ଗୋଲୁ କୁ ଭଲ ଭାବରେ ପଚରାଉଚରା କଲେ ଏହି ବ୍ୟବସାୟର ଚେର କେତେ ଦୂର ଯାଏ ଲମ୍ବିଛି ତାହା  ସ୍ପଷ୍ଟ ହୋଇପାରିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.