ନିଖୋଜ ଛାତ୍ରକୁ ନେଇ ଚାଲିଥିବା ୩ଦିନର ଉତେଜନା ସମାପ୍ତ/ବରଗଡରୁ ମଳିଳା ନିଖୋଜ ଛାତ୍ର

0

ପଦ୍ମପୁର,(ନୀଳ ଦୀପ) – ପଦ୍ମପୁର ଥାନା ଅନ୍ତର୍ଗତ ପୁରେନା ପଂଚାୟତ ମୁର୍ହାପାଲି ଗ୍ରାମର ଜଣେ ନବମ ଶ୍ରେଣୀର ଛାତ୍ର ନିଖୋଜ ଘଟଣାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ  ମଧ୍ୟରେ କନ୍ଦଳ ଘଟି ଉଭୟ ଗୋଷ୍ଠୀ  ପଦ୍ମପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ତିନି ଦିନ ଧରି ବିଭିନ୍ନ କଳ୍ପନା ଜଳ୍ପନାର ଅନ୍ତ ଘଟିଛି ଏବଂ ନିଖୋଜ ଥିବା ଛାତ୍ର ବାଲକୃଷ୍ଣ ବାଗକୁ ପୋଲିସ ବରଗଡ ସହରରୁ ଉଦ୍ଧାର କରିବା ସହ ତାଙ୍କ ଘର ଲୋକଙ୍କୁ ହସ୍ତାନ୍ତର କରିଛି । ଏହି ଘଟଣାକୁ ନେଇ ଗତ ତିନି ଦିନ ଧରି ମୁର୍ହାପାଲି ଗ୍ରାମରେ ଉତେଜନା ଲାଗି ରହିଥିଲା ଏବଂ ଶୁକ୍ରବାର ଦିନ ଛାତ୍ରର ପରିବାରବର୍ଗ  ଓ ଗ୍ରାମବାସୀ  ସେହି ଗ୍ରାମର ଯୁଧିଷ୍ଠିର  ଲୁହା ତାଙ୍କ ପୁଅକୁ ଅପହରଣ କରି ନେଇଥିବା ଅଭିଯୋଗ କରି ଯୁଧିଷ୍ଠିର ଓ ତା ପରିବାର ଉପରେ ଆକ୍ରମଣ କରିଥିଲେ  । ଏହା ପରେ ଗ୍ରାମର ଉଭୟ ପକ୍ଷ ପଦ୍ମପୁର ଥାନାକୁ ଆସି ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଓ ଯୁଧିଷ୍ଠିରକୁ ଅଟକ ରଖି ପଚରାଉଚୁରା ଜାରି ରଖିଥିଲା  । କିନ୍ତୁ ଘଟଣାର ଦୁଇ ଦିନ ପରେ ମଧ୍ୟ ନିଖୋଜ ଛାତ୍ରର କୌଣସି ଖୋଜଖବର ନ ମିଲିବାରୁ ଶନିବାର ଦିନ ସକାଳୁ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ପଦ୍ମପୁର ଥାନାକୁ ଆସି ନିଖୋଜ ଛାତ୍ରକୁ ଉଦ୍ଧାର ଦାବୀରେ ଥାନା ଘେରାଉ କରିଥିଲେ ଏବଂ ଅଟକ ଯୁଧିଷ୍ଠିରକୁ ତାଙ୍କ ଜିମାରେ ଦେବା ପାଇଁ ଅଡି ବସିଥିଲେ  । ଦଇବ ଯୋଗକୁ ଏହି ସମୟରେ ନିଖୋଜ ଛାତ୍ର ବରଗଡରୁ ଉଦ୍ଧାର ହୋଇଥିବା ପଦ୍ମପୁର ପୋଲିସ ଖବର ପାଇବା ପରେ ଉତେଜିତ ଗ୍ରାମବାସୀଙ୍କୁ ସାନ୍ତ କରିଥିଲେ  । ପରେ ପଦ୍ମପୁର ଥରନା ଅଧିକାରୀ  ଛାତ୍ରଙ୍କ ମାତା ପିତାଙ୍କୁ  ସାଙ୍ଗରେ ନେଇ ବରଗଡ ଥାନାରୁ ନିଖୋଜ ଛାତ୍ର ବାଳକୃଷ୍ଣକୁ ଉଦ୍ଧାର କରିଥିଲେ । ଅପରାହ୍ନରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା ଏକ ସାଂମ୍ବାଦିକ ସମ୍ମିଳନୀ ଜରିଆରେ ବାଳକୃଷ୍ଣର ନିଖୋଜ ଘଟଣାର ପର୍ଦାଫାସ କରିଥିଲେ । ଛାତ୍ର ବାଳକୃଷ୍ନ ୨୭ ତାରିଖ ସକାଳେ ସ୍କୁଲ ଯିବା ପାଇଁ ଘରୁ ବାହାରିଥିଲା, କିନ୍ତୁ ସେ ସ୍କୁଲ ନ ଯାଇ ପଦ୍ମପୁରରୁ ଏକ ବସ ଯୋଗେ ବରଗଡକୁ ଚାଲି ଯାଇଥିଲା  । ଏହାର କାରଣ ସମ୍ପର୍କରେ ବାଳକୃଷ୍ନକୁ ପଚରା ଯିବାରୁ ସେ ଗତ ୨୬ ତାରିଖ ଦିନ ଯୁଧିଷ୍ଠିର ସହ ମିଶି ଗ୍ରାମର ଜଣଙ୍କ ଘରୁ କୁକୁଡା ଚୋରି କରିଥିଲେ ଏବଂ ବାଳକୃଷ୍ନ ଘଟଣାକୁ ପ୍ରଘଟ କରିଦେବା ପରେ ଯୁଧିଷ୍ଠିର ତାକୁ ମାରି ଦେବାକୁ ଧମକ ଦେଇଥିଲା ଏବଂ ତାର ଭୟରେ ସେ ଘରଛାଡି ଚାଲି ଯାଇ ବରଗଡର ଏକ କିରାନା ଦୋକାନରେ କାମ କରୁଥିବା ପ୍ରକାଶ କରିଥିଲା  । ଶନିବାର ଦିନ ସକାଳୁ ସମ୍ବାଦ ଖବରକାଗଜରେ ବାହାରିଥିବା ଛାତ୍ର ନିଖୋଜକୁ ନେଇ  ଗୋଷ୍ଠୀ କନ୍ଦଳ ଖବରକୁ ପଢି ସେ ଦୋକାନ ମାଲିକକୁ ଏ ବିଷୟରେ କହିଥିଲା ଏବଂ ଦୋକାନ ମାଲିକ ଏହା ପରେ ବରଗଡ ପୋଲିସକୁ ଖବର ଦେବା ପରେ ପୋଲିସ ତାକୁ ଉଦ୍ଧାର କରି ବରଗଡ ଥାନାକୁ ଆଣିଥିଲେ  । ନିଖୋଜ ଛାତ୍ର ଠିକଠାକ୍ ଭାବରେ ଫେରି ଆସିଥିବାରୁ ତାର ମାବାପା ଓ ଗ୍ରାମବାସୀ  ଆଶ୍ୱସ୍ତ ହୋଇ ଘରକୁ ଫେରିଥିଲେ  । ଅନ୍ୟ ପକ୍ଷରେ ପଦ୍ମପୁର ଥାନା ଘେରାଉ ସମୟରେ ଥାନା ପରିସରରେ ଥିବା ଗଛଲତା ଭାଙ୍ଗିବା ସହ ପୋଲିସକୁ ଅଭଦ୍ର ଭାଷାରେ ଗାଲିଗୁଲଜ କରିଥିବା ଯୋଗୁଁ ପୋଲିସ ତରଫରୁ ମଧ୍ୟ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି  । ଏଥି ସହିତ ନିଖୋଜ ଛାତ୍ରକୁ ସହି ଭାବରେ ଫେରି ଆସିଥିବାରୁ ପୋଲିସର ଏହି ତପôରତାକୁ ସହରର ବିଭିନ୍ନ ମହଲରେ ପ୍ରଶଂସା କରାଜାଉଛି । 

Leave A Reply

Your email address will not be published.