ପଦ୍ମପୁରରେ ଏଆରଟିଓ କାର୍ଯ୍ୟାଳୟ ସ୍ଥାପନ ପାଇଁ ଦସ୍ତଖତ ଅଭିଯାନ

0

ପଦ୍ମପୁର,(ନୀଳ ଦୀପ )-  ବରଗଡ ଜିଲ୍ଲା ପଦ୍ମପୁର ଠାରେ ଏକ ଏଆରଟିଓ କାର୍ଯ୍ୟାଳୟ ସ୍ଥାପନ ଦାବୀରେ  ଯୁବ ସଙ୍ଗଠନ ବୋଡାସମ୍ବର ୟୁବାସେନା ଆନୁକୁଲ୍ୟରେ ଶନିବାର ଦିନ ସ୍ଥାନୀୟ ଥାନାଛକଠାରେ ଏକ ଦସ୍ତଖତ ଅଭିଯାନ ଅନୁଷ୍ଠିତ  ହୋଇଯାଇଛି  । ପଦ୍ମପୁରରୁ ଜିଲ୍ଲାର ସଦର ମହକୁମା ବରଗଡକୁ ଯିବା ପାଇଁ ୮୦ କିମି. ପଡୁଥିବା ବେଲେ ଉପଖଣ୍ଡର ଝାରବନ୍ଧ ଓ ପାଇକମାଲ ବ୍ଲକର ଶେଷ ଗ୍ରାମରୁ ଏହି କାର୍ଯ୍ୟାଳୟର ଦୁରତା ପାଖାପାଖି୧୪୦ କିମି ରହିଛି  । ଏଣୁ ଏତେ ଦୁରତାରୁ ଜନସାଧାରଣ ବରଗଡକୁ ଯାଇ ଗୋଟିଏ ଦିନରେ ଫେରିବା ସମ୍ଭବପର ନ ହେବା ସହିତ ଲୋକଙ୍କୁ ଅଯଥାରେ ଖର୍ଚ୍ଚାନ୍ତ ହେବାକୁ ପଡୁଛି  । ଏହି କାରଣରୁ ଉପଖଣ୍ଡରେ ଏକ ଏଆରଟିଓ କାର୍ଯ୍ୟାଳୟ ସ୍ଥାପନ ପାଇଁ ଅଂଚଳରେ ଦୀର୍ଘ ଦିନରୁ ଦାବୀ ହୋଇ ଆସୁଥିଲେ ମଧ୍ୟ ସରକାର ଏଥି ପ୍ରତି କର୍ଣ୍ଣପାତ କରୁ ନ ଥିବା ୟୁବାସେନାର କର୍ମକର୍ତାମାନେ ଅଭିଯୋଗ କରି ଶନିବାର ଦିନ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଏକ ଦସ୍ତଖତ ଅଭିଯାନର ଆୟୋଜନ କରିଥିଲେ  । ଏହି ଅଭିଯାନରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇ ଦାବୀକୁ ସମର୍ଥନ ଜଣାଇଥିଲେ  । ଉକ୍ତ ଦାବୀପତ୍ରକୁ ପଦ୍ମପୁର ଉପଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯିବ ବୋଲି ଜଣା ପଡିଛି  । ଏହି କାର୍ଯ୍ୟକ୍ରମକୁ ୟୁବସେନାର ଡିଲେଶ୍ୱର ବାଗ, ମୁକେଶ ବାଗ, ଅଭିନାଶ, ବୁଲୁ ମେହେର, ସୋଏବ ରାଜା, ରମେଶ, ଅର୍ଶଦ, ସନ୍ତୋଷ, ବରୁଣ, ଦୀପକ, ସାହିଲ, ଟୁନାଲ, ମାନଓ ପ୍ରମୁଖ ଆୟୋଜନ କରିଥିବା ବେଳେ ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା, ପଙ୍କଜିନୀ ପ୍ରଧାନ, ସମାଜସେବୀ ନିରୋଜ ଦୋରା ପ୍ରମୁଖ ଉପସ୍ଥିତ ରହି ଉସôାହିତ କରିଥିଲେ  ।

Leave A Reply

Your email address will not be published.