ଗୟଳ ଆକ୍ରମଣରେ ଛେଳି ଚରାଳି ଗୁରୁତର

0

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଭାଡିକିଳା ପଞ୍ଚାୟତ ରଗଡିମଡା ଗ୍ରାମର ଜଣେ ଛେଳି ଚରାଳି ଗୁରୁତର ଅବସ୍ଥାରେ ପ୍ରଥମେ ବାଉଁଶ ଗାଡିଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସୂଚନା ଅନୁସାରେ ରଗଡିମଡା ଗ୍ରାମର ଯୁବ ଛେଳି ଚରାଳି ଶ୍ୟାମ ପାତ୍ର (୪୮) ପ୍ରତିଦିନ ଭଳି ଛେଳି ଗୋଠ ନେଇ ରବିବାର ସକାଳେ ଶୁଳିଆ ସଂରକ୍ଷିତ ଜଙ୍ଗଲ ଅଞ୍ଚଳକୁ ଯାଇଥିଲେ । ଛେଳିକୁ ଜଗି ରହିଥିବା ବେଳେ ହଠାତ୍ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏକ ଗୟଳ ଝପଟି ଆସି ଶ୍ୟାମ ପାତ୍ରଙ୍କୁ ତଳେ ପକାଇ ଆକ୍ରମଣ କରି ଗୁରୁତର କରିଦେଇଥିଲା । ଶ୍ୟାମଙ୍କ ଚିତ୍କାର ଶୁଣି ସୁରେନ୍ଦ୍ର ପାତ୍ର, ନାଲୁ ପାତ୍ର ପ୍ରମୁଖ ଘଟଣାସ୍ଥଳରେ ପହଁଞ୍ଚି ଆହତ ଶ୍ୟାମକୁ ଉଦ୍ଧାର କରି ପ୍ରଥମେ ବାଉଁଶଗାଡିଆ ଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଶ୍ୟାମକୁ ଆମ୍ବୁଲାନ୍ସ ଯୋଗେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡିଛି ।

Leave A Reply

Your email address will not be published.