ପତ୍ନୀଙ୍କ ଅଭିଯୋଗରେ ସରପଞ୍ଚଙ୍କ ନାମରେ ମାମଲା

0

୧୪ ଘଣ୍ଟା ନିବୁଜ କୋଠରୀରେ ରଖି ପତ୍ନୀଙ୍କୁ ନିର୍ଯ୍ୟାତନା

ଓଡ଼ଗାଁ,୧୮।୬ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ନୂଆଗାଁ ବ୍ଳକ ବେରୁହାଁବାରି ଗ୍ରାମପଞ୍ଚାୟତ ସରପଞ୍ଚ ସୁଶାନ୍ତ କୁମାର ସାହୁ ପରକିଆ ପ୍ରିତିରେ ଲିପ୍ତ ରହିଥିବା ସନ୍ଦେହ କରି ସ୍ତ୍ରୀ ସଂଯୁକ୍ତା ବେହେରା ପ୍ରତିବାଦ କରିଥିଲେ । ଫଳରେ ସୁଶାନ୍ତ ଉତ୍ୟକ୍ତ ହୋଇ ଗତ ୫ ତାରିଖ ସନ୍ଧ୍ୟାରେ ସ୍ତ୍ରୀ ସଂଯୁକ୍ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଭିତିରେ ଓଡ଼ଗାଁ ପୋଲିସ ୬ ତାରିଖରେ ୯୫/୨୩ରେ ମାମଲା ରୁଜୁ କରିଥିଲେ। ପୋଲିସ ଧାରା ୪୧ରେ ସୁଶାନ୍ତଙ୍କୁ ନୋଟିସ ଜାରି କରିଥିବା ବେଳେ ମାମଲା ସମ୍ପର୍କରେ ଅନୁଧ୍ୟାନ ଚାଲୁ ରହିଛି। ଅନ୍ୟପକ୍ଷରେ ଗତ ୧୭ ତାରିଖ ଶନିବାର ସକାଳ ୭ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ସରପଞ୍ଚ ସୁଶାନ୍ତ ପତ୍ନୀ ସଂଯୁକ୍ତାଙ୍କୁ ଗୋଟିଏ ଘରେ ଅଟକ ରଖି ଅମାନୁଷିକ ଭାବେ ଅତ୍ୟାଚାର କରିବା ସହିତ କରେଣ୍ଟ ସକ୍ ଦେଇ ମାରିଦେବାକୁ ଉଦ୍ୟମ କରୁଥିବା ସଂଯୁକ୍ତା ଓଡ଼ଗାଁ ଥାନାରେ ରବିବାର ଅନ୍ୟ ଏକ ଅଭିଯୋଗ କରିଛନ୍ତି। ତେବେ ଖବର ପାଇ ଓଡ଼ଗାଁ ପୋଲିସ ଶନିବାର ରାତି ୧୧ଟାସମୟରେ ସଂଯୁକ୍ତାଙ୍କ ନିକଟରେ ପହଞ୍ଚିଥିଲେ। ଏବଂ ରବିବାର ସକାଳୁ ସରପଞ୍ଚ ସୁଶାନ୍ତଙ୍କୁ ପୋଲିସ ଥାନାରେ ଅଟକ ରଖିଥିବା ବେଳେ ଉଭୟଙ୍କ ସହିତ ବାର୍ତ୍ତାଳାପ ଚାଲିଛି। ଦିର୍ଘଦିନଧରି ସ୍ବାମୀ ସ୍ତ୍ରୀ ମଧ୍ୟରେ କୌଣସି ସମ୍ପର୍କ ରହୁନଥିବା ବେଳେ ତାଙ୍କ ପ୍ରତି ଅବହେଳା କରାଯିବା ଏବଂ ଶାରୀରିକ ଓ ମାନସିକ ସ୍ତରରେ ନିର୍ଯାତନା ଦିଆଯାଉଥିବା ଘଟଣାକୁ ନେଇ ସବୁବେଳେ ସୁଶାନ୍ତଙ୍କ ପରିବାର ମଧ୍ୟରେ ସମସ୍ୟା ଲାଗି ରହିଥାଏ । ସ୍ତ୍ରୀ ସଂଯୁକ୍ତା ମଧ୍ୟ ତାଙ୍କ ବାପଘରେ ରହି ଦଶପଲ୍ଲା ଥାନାରେ ସ୍ବାମୀ ସୁଶାନ୍ତଙ୍କ ନାମରେ କରିଥିବା ମାମଲା ଏବେବି କୋର୍ଟ ବିଚାରାଧିନ ଅଛି। ଏସବୁ ଫଳରେ ପିଲାମାନଙ୍କର ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି ‌। ଘର ଚଳିବା ପାଇଁ ସୁଶାନ୍ତଙ୍କ ତରଫରୁ କୌଣସି ଅର୍ଥ କିମ୍ବା ରାସନ୍ ସାମଗ୍ରୀ ଯୋଗାଇ ଦେଉ ନଥିବାରୁ ସବୁବେଳେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବା ପତ୍ନୀ ସଂଯୁକ୍ତା ଅଭିଯୋଗ କରିଛନ୍ତି । ଏବଂ ତାଙ୍କ ଜୀବନର ସୁରକ୍ଷା ଓ ପିଲାମାନଙ୍କର ନିରାପଦ ଭବିଷ୍ୟତ ପାଇଁ ସେ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ।

Leave A Reply

Your email address will not be published.