ପାଣି ସମସ୍ୟା ନେଇ ତାତିଲେ ମହିଳା, ଗରା ବାଲଟି ଥୋଇ ରାସ୍ତାରୋକ

0

ଓଡ଼ଗାଁ,୧୮।୬(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ କୁରାଳ ପଞ୍ଚାୟତ ଅନ୍ତର୍ଗତ କୁରାଳ ଗଡସାହିରେ ପାନୀୟ ଜଳ ସମସ୍ୟାକୁ ନେଇ ସାହି ବାସିନ୍ଧା ଉତ୍ୟକ୍ତ ହୋଇ ଜଗନ୍ନାଥ ମନ୍ଦିର ଠାରୁ ଚଣ୍ଡିଛକ ମୁଖ୍ଯ ରାସ୍ତା ଉପରେ ଗରା ବାଲଟି ଥୋଇ ରବିବାର ଦିନ ରାସ୍ତାରୋକ କରିଥିବା ଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ଆଜି ସକାଳ ପହରୁ ରାସ୍ତା ବନ୍ଦ ହୋଇ ରହିଥିବା ବେଳେ ଏନେଇ ସାହି ବାସିନ୍ଧା ସ୍ଥାନୀୟ ସରପଂଚ ଏବଂ ପାଇପ ଦ୍ବାରା ଘରକୁ ପାଣି ସଂଯୋଗ କରୁଥିବା ଲୋକଙ୍କୁ ଦାୟୀ କରିଛନ୍ତି। ସମସ୍ୟା ସମ୍ପର୍କରେ ସରପଞ୍ଚଙ୍କୁ ସାହି ବାସିନ୍ଧା ଅନେକ ଥର ଜଣାଇଥିବା ବେଳେ ସରପଂଚ ଏହାର ସମାଧାନ କରିନଥିବା ସାହି ବାସିନ୍ଧା ଅଭିଯୋଗ କରିଛନ୍ତି। ତେବେ ପାନୀୟ ଜଳ ସ୍ୱାଭାବିକ ନହେବା ପର୍ଯ୍ଯନ୍ତ ଗରା ବାଲଟି ଥୋଇ ରାସ୍ତାରୋକ ହେବ ବୋଲି ସାହି ବାସିନ୍ଧା ଚେତାବନୀ ଦେଇଛନ୍ତି।
ତେବେ ସାହି ବାସିନ୍ଧା ରାସ୍ତାରୋକ କରିବା ପରେ ପଞ୍ଚାୟତ ତରଫରୁ ପ୍ରଚାର ଗାଡି ବୁଲାଇ ସରକାରୀ ପାଇପକୁ ଘରକୁ ସଂଯୋଗ ନକରିବା ପାଇଁ ସତର୍କ କରାଯାଇଥିବା ଦେଖା ଯାଇଛି ।

Leave A Reply

Your email address will not be published.